ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋଭିଡ୍‌ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ଆସନ୍ତାକାଲି ସନ୍ଧ୍ୟା ୬ଟାରେ ୧ ମିନିଟ୍‌ ନୀରବ ପ୍ରାର୍ଥନା କରିବାକୁ ରାଜ୍ୟବାସୀଙ୍କୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଘର ଭିତରେ ହେଉ ବା ବାହାରେ, ଯିଏ ଯେଉଁଠି ଥିଲେ ବି ପ୍ରାର୍ଥନା କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ଏହାସହ ଶପଥ କାର୍ଯ୍ୟକ୍ରମରେ ଭାଗ ନେବାକୁ ଅପିଲ୍‌ କରିଛନ୍ତି ନବୀନ।

କରୋନା ମହାମାରୀ ଜଟିଳ ରୂପ ଧାରଣ କରୁଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ସହ ମୃତ୍ୟୁ ସଂଖ୍ୟା ବି ବଢ଼ି ଚାଲିଛି। ଗଞ୍ଜାମ ଜିଲ୍ଲାରେ ସ୍ଥିତି ଭୟଙ୍କର ହେଉଛି। ବର୍ତ୍ତମାନସୁଦ୍ଧା ୧୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୬୧୪ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏଣୁ କୋଭିଡ୍‌ ଯୋଦ୍ଧାଙ୍କ ମନୋବଳ ସୁଦୃଢ଼ କରିବା ପାଇଁ ୧ ମିନିଟ୍‌ ନୀରବ ପ୍ରାର୍ଥନା କରିବାକୁ ମୁଖ୍ୟମନ୍ତ୍ରୀ ଅପିଲ୍‌ କରିଛନ୍ତି।

Comment