ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୀର୍ଘ ୫୦୦ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି। ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିଳାନ୍ୟାସ କରିଛନ୍ତି। ତାମିଲନାଡୁରୁ ଆସିଥିବା ସ୍ୱତନ୍ତ୍ର ରୂପା ଇଟାରେ ପ୍ରଧାନମନ୍ତ୍ରୀ ଶୁଭ ଦେଇଛନ୍ତି।

ରାମ ମନ୍ଦିର ପାଇଁ ଶିଳାନ୍ୟାସ କରିବାର ୧୨ଟା୪୪ ଥିଲା ଶୁଭ ମୁହୂର୍ତ୍ତ। ହେଲେ ଏହା ପୂର୍ବରୁ ବିଧି ବିଧାନ ଅନୁସାରେ ଭୂମି ପୂଜା ପାଇଁ ସମସ୍ତ ଆୟୋଜନ ହୋଇଥିଲା। ୧୨ଟା୭ରେ ମୋଦୀ ଭୂମି ପୂଜନ ସ୍ଥଳରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ଭୂମି ପୂଜା ଆରମ୍ଭ ହୋଇଥିଲା।

ଭୂମି ପୂଜାରେ ପ୍ରଧାନମନ୍ତ୍ରୀ କର୍ତ୍ତା ହୋଇଥିଲେ। ପଣ୍ଡିତମାନଙ୍କ ମନ୍ତ୍ର ଉଚ୍ଚାରଣରେ ଅଆଧ୍ୟାତ୍ମିକ ପରିବେଶ ସଅଷ୍ଟି ହୋଇଥିଲା। ସମସ୍ତେ ରାମ ନାମ ଜପୁଥିଲେ। ଭୂମି ପୂଜା ସ୍ଥଳରେ ଆର୍‌ଏସ୍‌ଏସ୍ ମୁଖ୍ୟ ମୋହନ ଭାଗବତ ଉପସ୍ଥିତ ଥିଲେ।

ଶୁଭ ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ଭବ୍ୟ ରାମ ମନ୍ଦିର ପାଇଁ ଶିଳାନ୍ୟାସ କରିଥିଲେ। ପୂର୍ବରୁ ଯେଉଁ ସ୍ଥାନରେ ରାମଲାଲା ବିରାଜମାନ ଥିଲେ ସେହି ସ୍ଥାନରେ ମୋଦୀ ୯ ଖଣ୍ଡ ଇଟା ରଖି ରାମ ମନ୍ଦିର ନିର୍ମାଣ ଲାଗି ଶୁଭ ଦେଇଥିଲେ।

Comment