ଓଡ଼ିଶାଲାଇଭ୍‌ ବ୍ୟୁରୋ

ବୁଧବାର ଦିନ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା ସାରିବା ପରେ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନୁଷ୍ଠାନିକ ଭାବେ ତାଙ୍କର ଭାଷଣ ରଖିଥିଲେ। ଉପସ୍ଥିତ ଲୋକଙ୍କୁ ସମ୍ବୋଧନ କରିବା ବେଳେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ‘ଯୋଗୀ ଆଦିତ୍ୟନାଥ’ଙ୍କୁ ମୋଦୀ ‘ଆଦିତ୍ୟ ଯୋଗୀନାଥ’ବୋଲି ସମ୍ବୋଧନ କରିପକାଇଥିଲେ। ଏହାକୁ ନେଇ ଦିନ ତମାମ ସୋସିଆଲ ମିଡିଆରେ ମଜାଳିଆ କମେଣ୍ଟ ଦେଖିବାକୁ ମିଳିଛି।

ଜଣେ ନେଟିଜେନ ଲେଖିଲେ : ହୁ ଇଜ ଆଦିତ୍ୟ ଯୋଗୀନାଥ ଜୀ?

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଯୋଗୀ ସେହି ରାଜ୍ୟର ବିଭିନ୍ନ ସହରର ନାମ ବଦଳାଇ ଥିବାରୁ ଅନ୍ୟ ଜଣେ କମେଣ୍ଟ କରିଛନ୍ତି ଆଦିତ୍ୟନାଥ ନାମ ପରିବର୍ତ୍ତନ ଖେଳରେ ଏବେ ମୋଦୀଙ୍କଠାରୁ ପଛରେ ପଡ଼ିଗଲେ। ସବୁଠାରୁ ମଜାଳିଆ ମନ୍ତବ୍ୟ ଆସିଛି ଏଇଥିରେ: ଗଲତି ସେ ମିଷ୍ଟେକ ହୋ ଗୟା!

ଆଉ କିଛି ଲୋକ ଅକ୍ଷୟ କୁମାର ଓ ଅର୍ଜୁନ କାପୁରଙ୍କ ଫିଲ୍ମ ଡାଇଲଗକୁ ବ୍ୟବହାର କରି ମୋଦୀଙ୍କ ଭୁଲର ମଜାକ ଉଡାଇଛନ୍ତି।

Comment