ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ ପ୍ରତିଷ୍ଠା ହେବ ଆଉ ୬ ନୂଆ ଥାନା। ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏହାସହ ୯୦୫ ନୂଆ ପୋଲିସ ପଦବୀ ପୂରଣ କରିବାକୁ ମୁଖ୍ୟମନ୍ତ୍ରୀ ଅନୁମତି ଦେଇଛନ୍ତି। ରାଜ୍ୟର ୨୨୦ ଥାନାରେ ଏହି ନୂଆ ନିଯୁକ୍ତି ମିଳିବ।

୬ଟି ଥାନାର ପରିସୀମାକୁ ଦୁଇ ଭାଗର ବିଭକ୍ତ କରାଯିବ। ଏହି ଥାନାଗୁଡ଼ିକ ହେଲା ଭୁବନେଶ୍ୱରର ଖଣ୍ଡଗିରି, ଅନୁଗୁଳ ଟାଉନ ଥାନା, ଝାରସୁଗୁଡ଼ା ଟାଉନ ଥାନା, ଭଞ୍ଜନଗର ଥାନା, ଭଦ୍ରକ ଗ୍ରାମାଞ୍ଚଳ ଥାନା ଓ ତିହିଡ଼ି ଥାନା। ଏହି ୬ଟି ଥାନାକୁ ଦୁଇ ଭାଗରେ ବିଭକ୍ତ କରାଯାଇ ନୂଆ ଥାନା ସ୍ଥାପନା କରାଯିବ।

ପୋଲିସ ବିଭାଗରେ ୯୦୫ ପଦବୀକୁ ଅନୁମୋଦନ ମିଳିବା ପରେ ପୋଲିସ ଡିଜି ଅଭୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ରାଜ୍ୟରେ ଅପରାଧ ନିୟନ୍ତ୍ରଣ କରିବା ଏବଂ ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଏହି ପଦକ୍ଷେପ ନେଇଛନ୍ତି। ଏହା ଫଳରେ ପୋଲିସ ବିଭାଗ ଆଗାମୀ ଦିନରେ ଆହୁରି ଅଧିକ ସଶକ୍ତ ହେବ ବୋଲି କୁହାଯାଉଛି।

LEAVE A REPLY

Please enter your comment!
Please enter your name here