ଓଡିଶାଲାଇଭ୍ ବ୍ୟୁରୋ
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାଲକାନଗିରିର ଦୁଇଟି ସହରରେ ସପ୍ତାହାନ୍ତ ସଟ୍ଡାଉନ୍ ଘୋଷଣା କରାଯାଇଛି। ଏଣିକି ମାଲକାନଗିରି ପୌରାଞ୍ଚଳ ଏବଂ ବାଲିମେଳା ଏନ୍ଏସି ପ୍ରତି ଶନି ଓ ରବିବାର ବନ୍ଦ ରହିବ। ଏନେଇ ମାଲକାନଗିରି ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହେବ। ସଟ୍ଡାଉନ୍ ସମୟରେ ଦୋକାନ, ବଜାର ସହ ଗାଡ଼ି ଚଳାଚଳ ବନ୍ଦ ରହିବ। ତେବେ ଏହି ସମୟରେ ଜରୁରୀ ସେବା ଉପଲବ୍ଧ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏଥିସହ ସଟ୍ଡାଉନ୍ ସମୟରେ ଗ୍ରୋସରି ସାମଗ୍ରୀର ହୋମ୍ ଡେଲିଭରି ସୁବିଧା ମିଳିବ ବୋଲି ଜିଲ୍ଲାପାଳ କହିଛନ୍ତି।
ବର୍ତ୍ତମାନ ସୁଦ୍ଧା ମାଲକାନଗିରିରେ ୮୦୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୪୧୪ ଜଣ ସୁସ୍ଥ ହୋଇଥିବା ବେଳେ ୩୯୦ ଜଣ ସକ୍ରିୟ ରୋଗୀ ଅଛନ୍ତି। ଏଥିସହ ୨ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।
















