ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କରୋନାରୁ ସୁସ୍ଥ ହୋଇଛନ୍ତି। ତାଙ୍କର କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି। ବିଜେପି ସାଂସଦ ମନୋଜ ତିୱାରୀ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି।

ଅଗଷ୍ଟ ୨ ରେ ଅମିତ ଶାହ କରୋନା ସଂକ୍ରମିତ ହୋଇଥିଲେ। ଏନେଇ ସେ ନିଜେ ଟୁଇଟ କରି ସୂଚନା ଦେଇଥିଲେ। ଏହାପରେ ଦେଶବ୍ୟାପି ଅନେକ ଲୋକ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ।

ଅମିତ ଶାହଙ୍କଠାରେ କରୋନାର ସାମାନ୍ୟ ଲକ୍ଷର ଦେଖାଯାଉଥିଲା। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିଲା। ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଖୁବଶୀଘ୍ର ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ ଅନୁମତି ମିଳିପାରେ।

Comment