ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରାପୁଟ ଜିଲ୍ଲା ଜୟପୁରରେ ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି ପୋଲିସ। ଜୟପୁର ଜଲାପୁଟଠାରୁ ବିହାରକୁ ଏକ ଟ୍ରକ ଯୋଗେ ଗଞ୍ଜେଇ ଯାଉଥିବା ବେଳେ ଚଢ଼ାଉ କରି ଟ୍ରକକୁ ଜବତ କରିଥିଲା ଜୟପୁର ସଦର ପୋଲିସ।

ଜବତ ଟ୍ରକରୁ ୧୮୧ଟି  ଗଞ୍ଜେଇ ମିଳିଥିଲା। ଜବତ  ଆନୁମାନିକ ମୂଲ୍ୟ  ୫୦ ଲକ୍ଷ   ଟଙ୍କା ହେବ।  ଏନେଇ ସୂଚନା ଦେଇଛନ୍ତି ଜୟପୁର ଏସ୍‌ଡିପିଓ ବରୁଣ ଗୁଣ୍ଠୁପାଲି ।  ଏଥିସହ ଜବତ ହୋଇଥିବା ଟ୍ରକଟି ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି।

ଏହି ଘଟଣାରେ ୪ ଜଣ ଗିରଫ ମଧ୍ୟ ହୋଇଛନ୍ତି। ଏମାନଙ୍କ ନିକଟରୁ ୭ ଟି ମୋବାଇଲ ସମେତ ୩ ଲକ୍ଷ ୧୦ ହଜାର ନଗଦ ଟଙ୍କା ଜବତ କରାଯାଇଛି।

Comment