ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଆଉ ୧୪ ଜଣଙ୍କ ଜୀବନ ନେଇଛି କିଲର କରୋନା। ଗତକାଲି ଭଳି ଆଜି ମଧ୍ୟ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୬ ଜଣଙ୍କ ମୃତ୍ୟୁ ହୋଇଛି।
ଖୋଦ୍ଧା ଓ ନୟାଗଡ଼ରୁ ୩ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି। ସେହିପରି ରାୟଗଡ଼ାରୁ ଜଣେ ଓ ସନ୍ଦରଗଡ଼ର ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
ଆଜି୬ ଜଣଙ୍କ ମିଶାଇ କେବଳ ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁସଂଖ୍ୟା ୧୩୭ରେ ପହଞ୍ଚିଛି। ଏଥିସହ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୮୬କୁ ବୃଦ୍ଧି ପାଇଛି। ଗଞ୍ଜାମ ମୃତକଙ୍କ ମଧ୍ୟରେ ୮୫, ୬୫, ୫୦, ୫୫, ୫୦ ବର୍ଷୀୟ ୫ ଜଣ ପୁରୁଷ ଥିଲା ବେଳେ ଜଣେ ୭୦ ବର୍ଷୀୟା ମହିଳା ଅଛନ୍ତି।
ଖୋର୍ଦ୍ଧାର ଜଣେ ମୃତକ ଭୁବନେଶ୍ୱରର ୮୪ ବର୍ଷୀୟ ମହିଳା, ଅନ୍ୟ ୨ ମୃତକ ୮୧ ଓ୬୯ ବର୍ଷୀୟ ପୁରୁଷ। ସେହିପରି ନୟାଗଡ଼ର ୩ ମୃତକ ହେଲେ ୭୮, ୩୦ ଓ ୩୪ ବର୍ଷୀୟ ପୁରୁଷ। ସୁନ୍ଦରଗଡ଼ର ୭୨, ରାୟଗଡ଼ାର ୪୬ ବର୍ଷୀୟ ଆକ୍ରାନ୍ତଙ୍କ ଜୀବନ ଯାଇଛି।


















