ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ପାଇଁ ଡେରିରେ ହେଉ ପଛେ ଆଇପିଏଲ୍ ୨୦୨୦କୁ ମଞ୍ଜୁରି ମିଳିଛି। ଏହି ଖବର ଆସିବା ପରେ କ୍ରିକେଟ୍ ପ୍ରେମୀଙ୍କ ମନରେ ଉତ୍ସାହ ବଢ଼ିଯାଇଛି। ଆଇପିଏଲ ପାଇଁ କେବଳ କ୍ରିକେଟ୍ ପ୍ରେମୀ ଉତ୍ସାହିତ ଅଛନ୍ତି ତାହା ନୁହେଁ, କ୍ରିକେଟ୍ ଖେଳାଳିଙ୍କ ଉତ୍ସାହ ବି କହିଲେ ନ ସରେ। ଆଇପିଏଲ୍ ୨୦୨୦କୁ ନେଇ ସବୁଠୁ ଅଧିକ ଖୁସି ନଜର ଆସିଛନ୍ତି ଚେନ୍ନାଇ ସୁପର୍ କିଙ୍ଗର ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା। ନିଜ ଖୁସିକୁ ସେ ସୋସିଆଲ ମିଡିଆରେ ଜାହିର କରିଛନ୍ତି।

‘‘ମଇଦାନକୁ ଓହ୍ଲାବା ପାଇଁ ମୁଁ ପ୍ରତି ଘଣ୍ଟା, ପ୍ରତିଟି ମିନିଟକୁ ଗଣୁଛି। ଆଇପିଏଲ ଆରମ୍ଭକୁ ମୁଁ ଆଉ ଅପେକ୍ଷା କରିପାରୁନି’’, ସୋସିଆଲ ମିଡିଆରେ ଏଭଳି ପୋଷ୍ଟ କରିଛନ୍ତି ରାଇନା।

ଆଇପିଏଲକୁ ଆଉ କମ୍‌ ଦିନ ରହିଛି। ଏଥିପାଇଁ ରାଇନା ପ୍ରତିଦିନ ଅଭ୍ୟାସ କରି ନିଜକୁ ଫିଟ୍ ମଧ୍ୟ ରଖୁଛନ୍ତି।

କରୋନା ମହାମାରୀ ପାଇଁ ଚଳିତ ବର୍ଷର ଆଇପିଏଲ୍ ୨୦୨୦କୁ ଅନିଶ୍ଚିତତା ଥିଲା।  ପରେ ୟୁଏଇରେ ସେପ୍ଟେମ୍ଵର ୧୯ରୁ ନଭେମ୍ଵର ୧୦ ପର୍ଯ୍ୟନ୍ତ ଆଇପିଏଲ୍ ୨୦୨୦ ହେବାପାଇଁ ଧାର୍ଯ୍ୟ କରାଯାଇଛି। ଫଳରେ ବହୁ ଦିନର ବ୍ୟବଧାନ ପରେ ଖୁବଶୀଘ୍ର କ୍ରିକେଟ ମଇଦାନକୁ ଓହ୍ଲାଇବେ ଖେଳାଳି।

Comment