ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଗଷ୍ଟ ୧୫, ସ୍ୱାଧୀନତା ଦିବସ ଓ ଅଗଷ୍ଟ ୨୩ ନୂଆଁଖାଇରେ ସଟଡାଉନ ହେବନି ସମ୍ବଲପୁର। ଏହି ଦୁଇ ପର୍ବ ପାଇଁ ଜିଲ୍ଲାରେ ୩ ଦିନ ଅଗଷ୍ଟ ୧୫, ୨୨ ଓ ୨୩ରେ ସଟଡାଉନ କଟକଣାକୁ ବାତିଲ କରାଯାଇଛି।

ଏହା ବଦଳରେ ଅଗଷ୍ଟ ୧୬ ଏବଂ ୧୭ ତାରିଖ ଦିନ ସଟଡାଉନ୍ କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ଏନେଇ ଏକ  ନିର୍ଦ୍ଦେଶନାମା ଜାରି କରିଛନ୍ତି ସମ୍ବଲପୁର ଜିଲ୍ଲାପାଳ।

ଅନଲକ୍ ୩.୦ରେ ରାଜ୍ୟ ସରକାର ସାପ୍ତାହିକ ସଟଡାଉନ ଜାରି କରିଥିଲେ। ତେବେ ସ୍ୱାଧୀନତା ଦିବସ ଶନିବାର ପଡ଼ୁଥିବାରୁ ଓ ଅଗଷ୍ଟ ୨୩ ରବିବାର ନୂଆଁଖାଇ ପଡ଼ୁଥିବାରୁ ସଟଡାଉନ କଟକଣା ହଟାଯାଇଛି। ସେହିପରି ନୂଆଁଖାଇ ପୂର୍ବ ଦିନ ଅର୍ଥାତ ୨୨ ତାରିଖ ମଧ୍ୟ ଜିଲ୍ଲାରେ ସଟଡାଉନ ରହିବ ନାହିଁ।

ସମ୍ବଲପୁରରେ ସବୁଠୁ ବଡ଼ ପର୍ବ ନୂଆଁଖାଇ। ଥର କିନ୍ତୁ ଏହି ପର୍ବ ସପ୍ତାହନ୍ତ ସଟଡାଉନରେ ପଡ଼ିଛି। ଏଥିପାଇଁ ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ ଘୁଞ୍ଚାଇବାକୁ ଦାବି କରାଯାଇଥିଲା। ଏନେଇ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଦାବି କରିଥିଲେ।

Comment