ଓଡିଶାଲାଇଭ୍ କରୋନା ବ୍ୟୁରୋCoronavirus blood test

ଆଜି କଟକ ସହରରୁ ଆଉ ୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ଵାରେଣ୍ଟାଇନ୍‌ରୁ ୬୮ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।

କଟକ ମାଲଗୋଦାମ ବେହେରାସାହି ପରେ ଏବେ ଜାଲୁଆ ସାହି ଚିନ୍ତା ବଢ଼ାଇଛି। ଆଜି ଚିହ୍ନଟ ହୋଇଥିବା ୭୩ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଜାଲୁଆ ସାହିରୁ ୪୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ୨୩ ଜଣ ପୁରୁଷ ଥିବା ବେଳେ ୨୦ ଜଣ ମହିଳା ଅଛନ୍ତି।

ସେହିପରି ସୁତାହାଟରୁ ୮ ଜଣ, ପ୍ରତାପ ନଗରୀରୁ ୨ ଜଣ, ବକ୍ସିବଜାରରୁ ୨ ଜଣ କାଠଗଡ଼ା ସାହିରୁ ୨ ଜଣ, ବାଦାମବାଡ଼ି ଓ ବିଡ଼ାନାସୀରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏଥିସହ ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୯୪ରେ ପହଞ୍ଚିଛି। ସେଥିମଧ୍ୟରୁ ୯୧୪ ସୁସ୍ଥ ହୋଇଥିବା ବେଳେ ୮୭୦ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ସହରରେ ୧୦ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

Comment