ଓଡ଼ିଶାଲାଇଭ୍ ବ୍ୟୁରୋ
କୋଭିଡ୍-୧୯ ଭୂତାଣୁ ସଂକ୍ରମଣ ନୟାଗଡ଼ ଜିଲ୍ଲାରେ ଚିନ୍ତା ବଢ଼ାଇଛି। ଦିନକୁ ଦିନ ବୃଦ୍ଧି ପାଉଛି ଆକ୍ରାନ୍ତ ଓ ମୃତକ ସଂଖ୍ୟା। ସରକାରୀ ରିପୋର୍ଟ ଅନୁଯାୟୀ ଚଳିତ ମାସ ୧୧ ତାରିଖ ସୁଦ୍ଧା ୧୨୦୩ ଜଣ ଆକ୍ରାନ୍ତ ହୋଇଛନ୍ତି ଓ ୧୦ ଜଣଙ୍କର ମୃତ୍ୟୁ ଘଟିଛି।
ସରକାରୀ ସୂଚନା ମୁତାବକ ଓଡ଼ଗାଁ ବ୍ଲକରେ ସର୍ବାଧିକ ୩୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରଣପୁର ବ୍ଲକରେ ଦ୍ୱିତୀୟ ସର୍ବାଧିକ ୧୮୮ ପଜିଟିଭ ରୋଗୀ ଚିହ୍ନଟ ହୋଇଛି। ତୃତୀୟ ସ୍ଥାନରେ ରହିଛି ଦଶପଲ୍ଲା ବ୍ଲକ । ସେଠାରେ ୧୪୭ ଆକ୍ରାନ୍ତଙ୍କୁ ଜଣଙ୍କୁ ମିସାଇ ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ୧୨୦୩ ହୋଇଛି।