ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୨ ଦିନ ପରେ କରୋନାରୁ ସୁସ୍ଥ ହୋଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିବା ସେ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି। ଏବେ ସେ ଡାକ୍ତରଙ୍କ ପରାମର୍ଶ କ୍ରମେ ଆଉ କିଛି ଦିନ ହୋମ୍‌ ଆଇସୋଲେସନରେ ରହିବେ ବୋଲି ଜଣାପଡ଼ିଛି।

କରୋନାରୁ ସୁସ୍ଥ ହେବା ପରେ ଶୁଭେଚ୍ଛୁ ଓ ମେଦାନ୍ତ ହସ୍ପିଟାଲର ଡାକ୍ତରଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି। ଅଗଷ୍ଟ ୨ ରେ ଅମିତ ଶାହ କରୋନା ସଂକ୍ରମିତ ହୋଇଥିଲେ। ଏନେଇ ସେ ନିଜେ ଟୁଇଟ କରି ସୂଚନା ଦେଇଥିଲେ। ଏହାପରେ ଦେଶବ୍ୟାପି ଅନେକ ଲୋକ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ।BGU

ଅମିତ ଶାହଙ୍କଠାରେ କରୋନାର ସାମାନ୍ୟ ଲକ୍ଷର ଦେଖାଯାଉଥିଲା। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିଲା। ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଖୁବଶୀଘ୍ର ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ ଅନୁମତି ମିଳିପାରେ।

Comment