ଓଡିଶାଲାଇଭ୍ ବ୍ୟୁରୋ

କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରେ ଏକ ଟିପରରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ତେବେ ଟିପର ଡ୍ରାଇଭର ଓ ହେଲ୍‌ପଲ୍ ଫେରାର ହୋଇଯାଇଥିବା ସୂଚନା ମିଳିଛି।

ଲମତାପୁଟରୁ ସମ୍ବଲପୁରକୁ ଚୋରା ଚାଲାଣ ହେଉଥିବା ବେଳେ ଏହି ଗଞ୍ଜେଇ ଜବତ ହୋଇଛି। ବଡ଼ପଡ଼ା ଘାଟି ନିକଟରେ ଲମତାପୁଟ ପୋଲିସ ପକ୍ଷରୁ ପେଟ୍ରୋଲିଂ କରାଯାଉଥିଲା। ଗାଡ଼ି ଯାଞ୍ଚ କରୁଥିବା ସମୟରେ ଶଗର ଅଞ୍ଚଳରୁ ଏକ ଟିପର ଦ୍ରୁତ ଗତିରେ ଆସୁଥିବା ଦେଖି ପେଟ୍ରୋଲିଂ କରୁଥିବା ପୋଲିସ କର୍ମଚାରୀ ତାହାକୁ ଅଟକାଇବାକୁ ଚେଷ୍ଟା କରିଥିଲେ।ଏହି ସମୟରେ ଟିପର ଡ୍ରାଇଭର ଏବଂ ହେଲ୍‌ପର୍ ଗାଡ଼ି ଛାଡ଼ି ଚମ୍ପଟ ମାରିଥିଲେ। ଟିପରକୁ ତନ୍ନତନ୍ନ କରି ଯାଞ୍ଚ କରିବାରୁ ଡାଲାର ଉପର ଭାଗରେ ଥିବା ସ୍ଵତନ୍ତ୍ର ଚାମ୍ବରରେ ବିପୁଳ ପରିମାଣ ଗଞ୍ଜେଇ ଥିବା ଜଣାପଡ଼ିଥିଲା।BGUଲମତାପୁଟ ପୋଲିସ ଟିପର ଓ ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ତଦନ୍ତ ଚଳାଇଛି।

Comment