ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ରାଜ୍ୟରେ ୨୯ ଜିଲ୍ଲାରୁ ସର୍ବାଧିକ ୨୪୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୫୯୧ କ୍ୱାରେଣ୍ଟାଇନ ସେଣ୍ଟରରୁ ଓ ୯୦୫ ଲୋକାଲ କେସ ରହିଛି।

BGU

ଖୋର୍ଦ୍ଧାରୁ ୩୭୮, ଗଞ୍ଜାମରୁ ୩୨୭, ବାଲେଶ୍ୱରରୁ ୧୬୫, ସୁନ୍ଦରଗଡ଼ରୁ ୧୫୬, ରାୟଗଡ଼ାରୁ ୧୪୬, କୋରାପୁଟରୁ ୧୩୩, କଟକରୁ ୧୨୮,  ଭଦ୍ରକରୁ ୧୦୨, କନ୍ଧମାଳରୁ ୯୮, ପୁରୀରୁ ୯୩, ବଲାଙ୍ଗିରରୁ ୯୨, ସମ୍ବଲପୁରରୁ ୮୧, ମାଲକାନଗିରିରୁ ୭୩, ଢେଙ୍କନାଳରୁ ୬୯, ଗଜପତିରୁ ୬୮, କେନ୍ଦୁଝରରୁ ୫୧, କଳାହାଣ୍ଡିରୁ ୪୨, ବରଗଡ଼ରୁ ୩୬, ମୟୂରଭଞ୍ଜରୁ ୨୩, ସୁବଣ୍ଣପୁରରୁ ୨୦, ଝାରସୁଗୁଡ଼ାରୁ ୧୯, ନୂଆପଡ଼ାରୁ ୧୬, ଜଗତସିଂହପୁରରୁ ୧୪, କେନ୍ଦ୍ରପଡ଼ାରୁ ୧୩, ଯାଜପୁର ଓ ନବରଙ୍ଗପୁରରୁ ୧୧ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୧୨ ଓ ନୟାଗଡ଼ରୁ ୪ ଜଣ ଚିହ୍ନଟ ହୋଇଛନ୍ତି।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୭ ହଜାର ୧୨୬ ବୃଦ୍ଧି ଘଟିଛି। ଏମାନଙ୍କ ମଧ୍ୟରୁ ୩୯ ହଜାର ୨୦୫ ସୁସ୍ଥ ହୋଇଥିଲା ବେଳେ ଆକ୍ଟିଭ କେସ୍‌ ୧୭, ୫୩୫ ରହିଛି।

Comment