ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କରୋନା ସଂକ୍ରମଣରେ ଆଉ ୯ ଜଣଙ୍କ ଜୀବନ ଯାଇଛି। ଏମାନଙ୍କ ମଧ୍ୟରୁ ଆଜି ସମ୍ବଲପୁର ଜିଲ୍ଲାରୁ ସର୍ବାଧିକ ୪ ଜଣ ଅଛନ୍ତି।

କଟକରୁ ୨, ଗଞ୍ଜାମ, କେନ୍ଦୁଝର, ଓ ନୟାଗଡ଼ରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ସମ୍ବଲପୁରର ମୃତକଙ୍କ ମଧ୍ୟରେ ୬୫, ୫୦ ବର୍ଷୀୟା ମହିଳା ଓ ୭୮, ୭୪ ବର୍ଷୀୟ ପୁରୁଷ ଅଛନ୍ତି।BGU

କଟକର ୬୭ ବର୍ଷୀୟା ମହିଳା ଓ ୫୦ ବର୍ଷୀୟ ପୁରୁଷଙ୍କର ଜୀବନ ଯାଇଥିଲା ବେଳେ ଗଞ୍ଜାମ ଜିଲ୍ଲାର ଜଣେ ୫୩ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ସେହିପରି କେନ୍ଦୁଝର ଜିଲ୍ଲାର ଜଣେ ୫୮ ବର୍ଷୀୟ ପୁରୁଷ, ନୟାଗଡ଼ର ଜଣେ ୭୫ ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ଘଟିଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୩୩୩କୁ ବୃଦ୍ଧି ଘଟିଛି।

Comment