ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରତିଦିନ ଅପରାହ୍‌ଣରେ କରୋନା ସମ୍ପର୍କିତ ତାଜା ଖବର ଜାଣିବା ପାଇଁ ଟିଭି ଖୋଲିଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲଭ୍‌ ଅଗ୍ରଓ୍ୱାଲଙ୍କୁ ଦେଖିବାକୁ ମିଳୁଥିଲା। ସେ ସାରା ଦେଶବାସୀଙ୍କୁ ଦେଉଥିଲେ କରୋନା ସୂଚନା ଦେଉଥିଲେ। କିନ୍ତୁ ଶେଷରେ ବି କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି।

ଏନେଇ ସେ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି। ଏବେ ସେ ହୋମ ଆଇସୋଲେସନରେ ଅଛନ୍ତି।BGU

ଲଭ୍ ଅଗ୍ରୱାଲଙ୍କ ଘର ଉତ୍ତରପ୍ରଦେଶର ସାହାରନପୁରରେ। ତାଙ୍କ ବାପାଙ୍କ ନାଁ କେ.ଜି ଅଗ୍ରୱାଲ। ଲଭ୍ ଅଗ୍ରୱାଲ୍ ୧୯୯୬ ମସିହାରେ ଆଇଏଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ୟୁପିଏସସିର ଏହି ପରୀକ୍ଷାରେ ସେ ଦେଶରେ ୨୧ ତମ ସ୍ଥାନ ପାଇଥିଲେ। ତାଙ୍କୁ ଆନ୍ଧ୍ରପ୍ରଦେଶ କ୍ୟାଡର ମିଳିଥିଲା।

ମୋଦୀ ସରକାର ଅଗଷ୍ଟ ୨୦୧୬ରେ ତାଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଭାବରେ ଦାୟିତ୍ୱ ଦେଇଥିଲା। ୫ ବର୍ଷ ପାଇଁ ଏହି ଦାୟିତ୍ୱ ତୁଲାଇବାକୁ ନିଯୁକ୍ତି ମିଳିଥିଲା।

Comment