ଓଡ଼ିଶାଲାଇଭ୍‌ ବ୍ୟୁରୋCoronavirus blood test

ଆଜି ରାଜ୍ୟର ୩୦ ଜିଲ୍ଲାରୁ ସର୍ବାଧିକ ୨୯୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮୧୫ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୧୧୦୯ ଲୋକାଲ କେସ୍‌ ରହିଛି।

ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୮୮ ଚିହ୍ନଟ ହୋଇଥିଲା ବେଳେ ଗଞ୍ଜାମରୁ ୩୧୮, ଯାଜପୁରରୁ ୨୦୦, କଟକରୁ ୧୮୯, ସନ୍ଦରଗଡ଼ରୁ ୧୬୧, ପୁରୀରୁ ୧୪୪, ନୟାଗଡ଼ରୁ ୧୪୨, ମୟୂରଭଞ୍ଜରୁ ୧୩୬, ବାଲେଶ୍ୱରରୁ ୧୨୭, ରାୟଗଡ଼ାରୁ ୧୧୬,  ଭଦ୍ରକରୁ ୧୦୭, କୋରାପୁଟରୁ ୯୫, ମାଲକାନଗିରିରୁ ୯୩, ଗଜପତିରୁ  ୭୧ ଜଣ ଚିହ୍ନଟ ହୋଇଛନ୍ତି।BGU

ସେହିପରି  କେନ୍ଦ୍ରାପଡ଼ାରୁ ୬୦, କନ୍ଧମାଳରୁ ୫୦, ବରଗଡ଼ରୁ ୪୮, ଜଗତସିଂହପୁରରୁ ୪୭, ସୁବର୍ଣ୍ଣପୁରରୁ ୩୮, ଢେଙ୍କାନାଳରୁ ୪୦, ସମ୍ବଲପୁରରୁ ଓ ଅନୁଗୁଳରୁ ୩୭ ଜଣ ଲେଖାଏଁ, ଝାରସୁଗଡ଼ାରୁ ୩୦, କଳାହାଣ୍ଡି ଓ ବଲାଙ୍ଗିରରୁ ୨୭ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ନବରଙ୍ଗପୁର ଓ କେନ୍ଦୁଝରରୁ ୨୬ ଜଣ ଲେଖାଏଁ, ନୂଆପଡ଼ାରୁ ୨୦, ଦେବଗଡ଼ରୁ ୧୬, ବୌଦ୍ଧରୁ ୮ ଜଣ ଚିହ୍ନଟ ହୋଇଛନ୍ତି।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭଙ୍କ ସଂଖ୍ୟା ୬୦ ହଜାର ୫୦କୁ ବୃଦ୍ଧି ଘଟିଛି। ଏମାନଙ୍କ ମଧ୍ୟରୁ ୪୦ ହଜାର ୭୨୬ ସୁସ୍ଥ ହୋଇଥିଲା ବେଳେ ଏବେ ସୁଦ୍ଧା ୧୮, ୯୨୭ ଆକ୍ଟିଭ କେସ ରହିଛି।

Comment