ଓଡିଶାଲାଇଭ୍ ବ୍ୟୁରୋ

ହସଖିୁସିରେ ଦିନେ ପୂରି ଉଠୁଥିଲା ପରିବାର। ୪ ପିଲାଙ୍କୁ ନେଇ ବାପା ମା’ ଦେଖିଥିଲେ କେତେ ସ୍ୱପ୍ନ। ହେଲେ ହଠାତ ଗୋଟିଏ ଝଡ଼ ସୁନା ସଂସାରକୁ ଭାଙ୍ଗିଦେଲା। ବାପା, ମା’ ଆଗ ପଛ ହୋଇ ଦୁନିଆ ଛାଡ଼ିଦେଲେ ଏବଂ ଅନ୍ଧାରକୁ ଠେଲି ହୋଇଗଲା ୪ ଶିଶଙ୍କୁ ଭବିଷ୍ୟତ। ଏମିତି ଏକ ଦୁଃଖଦ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁର ବ୍ଳକ ଖିଲପୁଟ ଗ୍ରାମରେ।

ଖିଲପୁଟ ଗ୍ରାମର ଅଜୟ ହରିଜନ ମା’, ସ୍ତ୍ରୀ ଏବଂ ଚାରି ପୁଅଝିଅଙ୍କୁ ନେଇ ସୁଖର ସଂସାର କରିଥିଲେ। କିନ୍ତୁ ସୁଖର ଦିନ ସବୁଦିନ ପାଇଁ ରହିଲାନି। ରୋଗରେ ଆକ୍ରାନ୍ତ ହୋଇ ଅବେଳରେ ଅଜୟ ଏବଂ ତାଙ୍କ ସ୍ତ୍ରୀ ଜଣକ ପରେ ଜଣେ ଆରପାରିକୁ ଚାଲିଗଲେ। ବାପା ମାଆ ଯିବା ପରେ ଅସହାୟ ହୋଇଗଲେ ୪ ଭାଇ ଭଉଣୀ। ସମସ୍ତଙ୍କର ବୟସ ୩ରୁ ୮ ବର୍ଷ ଭିତରେ। ସେମାନେ ଜୀବନ କଣ ବୁଝିବା ଆଗରୁ ବାପା ମାଆ ଛେଉଣ୍ଡ ହୋଇଗଲେ।

ଘରେ ପରିବାର ସଦସ୍ୟ କହିଲେ କେବଳ ୬୦ ବର୍ଷର ବୃଦ୍ଧା ଜେଜେ ମା’ ଥିଲେ। ବାପା ମାଆ ଯିବା ପରେ ସେ ହିଁ ଏହି ଶିଶୁମାନଙ୍କର ଏକମାତ୍ର ସାହାରା ପାଲଟିଥିଲେ। ହେଲେ ଦଇବ ଦାଉ ସାଧିବା ପରି ସେ ବି ଏବେ ଏମାନଙ୍କୁ ପର କରି ଚାଲିଯାଇଛନ୍ତି। ବର୍ତ୍ତମାନ ଏହି ପିଲାମାନେ ବଞ୍ଚିବା ପାଇଁ ଘରେ ସମ୍ବଳ ବୋଲି କିଛି ନାହିଁ। ଭଙ୍ଗା ଦଦରା ଘରେ ରହୁଥିବା ଏହି ଚାରି ଶିଶୁ ଏବେ କେମିତି ବଞ୍ଚିବେ, ମୃତ ଜେଜେ ମା’ ଙ୍କ ସୁଧିକ୍ରିୟା କେମିତି ହେବ, ଏମାନଙ୍କର ପାଠପଢ଼ା କେମିତି ହେବ ଏସବୁକୁ ନେଇ ଆଶଙ୍କା ଦେଖାଦେଇଛି।BGUତେଣୁ ଏହି ଅସହାୟ ଚାରି ଶିଶୁଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଅନ୍ୟପଟେ ଘଟଣା ସମ୍ପର୍କରେ ସୂଚନା ପାଇ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ରାଜେଶ୍ୱରୀ ଦାଶ ଚାରି ଶିଶୁଙ୍କୁ ଭେଟିଛନ୍ତି। ସେମାନଙ୍କୁ ସରକାରୀ ସ୍ତରରେ ସମସ୍ତ ସୁବିଧା ଓ ସୁଯୋଗ ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

Comment