ଓଡିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ଗୁଣୁପୁର ଗାଁରୁ ବିରଳ ବହୁରୂପୀ ଏଣ୍ଡୁଅ ଉଦ୍ଧାର କରାଯାଇଛି। ରାଜନଗର ବନ ବିଭାଗ କର୍ମଚାରୀମାନେ ଏଣ୍ଡୁଅଟିକୁ ଉଦ୍ଧାର କରି ଭିତରକନିକା ଜଙ୍ଗଲରେ ଛାଡ଼ି ଦେଇଥିବା ସୂଚନା ମିଳିଛି।

ଏହା ହେଉଛି ଏକ ବିରଳ ପ୍ରଜାତିର ଏଣ୍ଡୁଅ। ଇଂରାଜୀରେ ଏହାର ନାମ ଚାମେଲିଅନ୍। ସାଧାରଣତଃ ଏହାକୁ ପୋହଳା ଏଣ୍ଡୁଅ ବା ବହୁରୂପୀ ଏଣ୍ଡୁଅ କୁହାଯାଏ। ବିଭିନ୍ନ ସ୍ଥାନର ପାରିପାର୍ଶ୍ଵିକ ସ୍ଥିତିକୁ ଦେଖି ଏମାନେ ନିଜର ରଙ୍ଗ ବଦଳାଇଥାନ୍ତି। ଏପରିକି ବିଭିନ୍ନ ରଙ୍ଗର ଆଲୋକରେ ଏମାନଙ୍କର ରଙ୍ଗ ସେହି ଆଲୋକ ଅନୁସାରେ ପରିବର୍ତ୍ତିତ ହୋଇଥାଏ।ପାହାଡ଼ିଆ ଅଞ୍ଚଳର ବୁଦୁବୁଦିଆ ଜଙ୍ଗଲରେ ଏମାନେ ଅଧିକ ସଂଖ୍ୟାରେ ଦେଖାଯାନ୍ତି। ତେବେ ଉପକୂଳ ଓଡ଼ିଶା ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକା ଜଙ୍ଗଲରେ କମ୍ ସଂଖ୍ୟକ ବହୁରୂପୀ ଏଣ୍ଡୁଅ ମିଳନ୍ତି। ଏମାନେ ଆମ ଅଞ୍ଚଳରେ ଦେଖାଯାଉଥିବା ସାଧାରଣ ଏଣ୍ଡୁଅଙ୍କ ପରି ପୋକଯୋକ ଖାଇ ବଞ୍ଚନ୍ତି ବୋଲି ରାଜନଗର ଡିଏଫ୍ଓ ବିକାଶରଞ୍ଜନ ଦାଶ ସୂଚନା ଦେଇଛନ୍ତି।BGUବହୁରୂପୀ ଏଣ୍ଡୁଅଙ୍କ ଚମଡ଼ା, ଲାଞ୍ଜ ଆଦିରୁ ବିଭିନ୍ନ ପ୍ରକାର ଔଷଧ ତିଆରି ହୁଏ। ତେଣୁ ବଣବୁଦାରୁ ଏମାନଙ୍କୁ ଧରିନେଇ ଚୋରା ଚାଲାଣ କରିଥାନ୍ତି ଅନେକ ଏଣ୍ଡୁଅ ବ୍ୟବସାୟୀ। ଆମ ରାଜ୍ୟରେ ଏହି ଅପରାଧରେ ଅନେକ ଗିରଫ ହୋଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି।

Comment