ଓଡ଼ିଶାଲାଇଭ୍ ବ୍ୟୁରୋ

- ରାଜ୍ୟରୁ ଆଜି ୨୨୩୯ ନୂଆ ପଜିଟିଭ୍
- ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୧୯ ନୂଆ ସଂକ୍ରମିତ
- ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୪,୫୩୩କୁ ବୃଦ୍ଧି
ରାଜ୍ୟରେ ଆଜି ପୁଣି ୨ ହଜାର ଟପିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଆଉ ୨୨୩୯ ନୂଆ ପଜିଟିଭ୍ ଚିହ୍ନଟ ହେବା ସହିତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୪ ହଜାର ଟପିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୧୯ଟି ପଜିଟିଭ୍ କେସ୍ ସାମନାକୁ ଆସିଛି। ଏହାପରେ ଗଞ୍ଜାମ ଜିଲ୍ଲାରୁ ୨୪୬, ବାଲେଶ୍ୱରରୁ ୧୩୦, କଟକରୁ ୧୧୭, ନୟାଗଡ଼ରୁ ୧୪୭ ଓ ରାୟଗଡ଼ାରୁ ୧୨୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
6. Boudh: 53
7. Cuttack: 117
8. Dhenkanal: 36
9. Gajapati: 42
10. Ganjam: 246
11. Jagatsinghpur: 26
12. Jajpur: 75
13. Jharsuguda: 13
14. Kalahandi: 21
15. Kandhamal: 90
16. Kendrapada: 7
17. Keonjhar: 72
18. Khurda: 419
19. Koraput: 91
20. Malkangiri: 55
21. Mayurbhanj: 80— I & PR Department, Odisha (@IPR_Odisha) August 18, 2020
22. Nawarangpur: 14
23. Nayagarh: 147
24. Nuapada: 8
25. Puri: 40
26. Rayagada: 120
27. Sambalpur: 53
28. Sonepur: 24
29. Sundargarh: 64New Recoveries: 1503
Cumulative Tested: 1009454
Positive: 64533
Recovered: 43779
Active Cases: 20339— I & PR Department, Odisha (@IPR_Odisha) August 18, 2020
ଏହାବାଦ ରାଜ୍ୟର ଅନେକ ଜିଲ୍ଲାରୁ ମଧ୍ୟ ଆହୁରି ଅନେକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୬, ବରଗଡ଼ରୁ ୫୧, ଭଦ୍ରକରୁ ୭୩, ବଲାଙ୍ଗିରରୁ ୬୬, ବୌଦ୍ଧରୁ ୫୩, ଢେଙ୍କାନାଳରୁ ୩୬, ଗଜପତିରୁ ୪୨, ଜଗତସିଂହପୁରରୁ ୨୬, ଯାଜପୁରରୁ ୭୫, ଝାରସୁଗୁଡ଼ାରୁ ୧୩, କଳାହାଣ୍ଡିରୁ ୨୧, କନ୍ଧମାଳରୁ ୯୦, କେନ୍ଦ୍ରାପଡ଼ାରୁ ୭, କେନ୍ଦୁଝରରୁ ୭୨, କୋରାପୁଟରୁ ୯୧, ମାଲକାନଗିରିରୁ ୫୫, ମୟୂରଭଞ୍ଜରୁ ୪୦, ନବରଙ୍ଗପୁରରୁ ୧୪, ନୂଆପଡ଼ାରୁ ୮, ପୁରୀରୁ ୪୦, ସମ୍ବଲପୁରରୁ ୫୩, ସୋନପୁରରୁ ୨୪ ଓ ସୁନ୍ଦରଗଡ଼ରୁ ୬୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଏହାକୁ ମିଶାଇ ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୪ ହଜାର ୫୩୩କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୪୩ ହଜାର ୭୭୯ ସୁସ୍ଥ ହୋଇଥିବାବେଳେ ଏବେ ବି ୨୦ ହଜାର ୩୩୯ ସକ୍ରିୟ ଅଛନ୍ତି।


















