ଓଡ଼ିଶାଲାଇଭ୍ ବ୍ୟୁରୋ
ନମୁନା ପରୀକ୍ଷାରେ ଆଗରେ ରହିଛି ଓଡ଼ିଶା। ଗତ ୩ ଦିନ ଧରି ରାଜ୍ୟରେ ପ୍ରତିଦିନ ୫୦ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୦ ହଜାର ୫୨୫ ନମୁନା ପରୀକ୍ଷା ହୋଇଛି। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର।
ଗତକାଲି ରାଜ୍ୟରେ ହୋଇଥିବା ଟେଷ୍ଟ ମଧ୍ୟରୁ ୫୧୦୬ଟି ଆରଟିପିସିଆର୍ ଟେଷ୍ଟ ହୋଇଥିବାବେଳେ ୪୫ ହଜାର ୩୪୩ଟି ଆଣ୍ଟିଜେନ୍ ଟେଷ୍ଟ କରାଯାଇଛି। ସେହିପରି ଗତକାଲି ରାଜ୍ୟରେ ୭୬ଟି ଟ୍ରୁନାଟ୍ ପରୀକ୍ଷା ହୋଇଛି ବୋଲି ସୂଚନା ମିଳିଛି। ଏହାକୁ ମିଶାଇ ରାଜ୍ୟରେ ନମୁନା ପରୀକ୍ଷା ସଂଖ୍ୟା ୧୦ ଲକ୍ଷ ପାର୍ କରିଛି।
ଦେଶର ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଓଡ଼ିଶାରେ ଏହି ହାର ଯଥେଷ୍ଟ ଭଲ ରହିଛି। ପ୍ରତି ୧୦ ଲକ୍ଷ ଲୋକରେ ଓଡ଼ିଶାରେ ୧୦୯୬ଟି ଟେଷ୍ଟ ହେଉଛି। ଏହି ତାଲିକାରେ ଓଡ଼ିଶା ଉପରକୁ କର୍ଣ୍ଣାଟକ, ବିହାର, ତାମିଲନାଡୁ ଓ ଉତ୍ତରପ୍ରଦେଶ ଅଛନ୍ତି।


















