ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ପରିସ୍ଥିତି ମଧ୍ୟରେ ପ୍ରକାଶ ପାଇଛି ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଦିନ ସାଢେ ୧୧ଟାରେ ରେଜଲ୍ଟ ପ୍ରକାଶ କରିଛନ୍ତି। ଏଥିସହ ଅନଲାଇନ୍ ୱେବସାଇଟ୍ www.orissaresult.nic.in  ମାଧ୍ୟମରେ ମଧ୍ୟ ପିଲାମାନେ ନିଜର ରେଜଲ୍ଟ ଜାଣିପାରିବେ ବୋଲି ମନ୍ତ୍ରୀ କହିଛନ୍ତି।

ଏବର୍ଷ ପ୍ରକାଶ ପରୀକ୍ଷାରେ ପିଲାମାନଙ୍କର ପାସହାର ୭୪.୯୫ ପ୍ରତିଶତ ରହିଛି ବୋଲି ସୂଚନା ମିଳିଛି।  ଚଳିତବର୍ଷ ମୋଟ ୨୫,୭୭୨ ଜଣ ପିଲା ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ଭିତରୁ ୧୯,୩୧୮ ଜଣ ପିଲା ପାସ୍ କରିଛନ୍ତି।BGU୬୬୧୦ ଜଣ ପିଲା ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ୪୨୫୯  ପିଲା ଦ୍ୱିତୀୟ ଶ୍ରେଣୀ ଓ ୮୩୬୧ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି। ଜିଲ୍ଲା ସ୍ତରରେ ବିଚାର କଲେ ଏଥର ନୟାଗଡ଼ ଜିଲ୍ଲାରେ ପାସ୍ ହାର ସର୍ବାଧିକ (୮୮.୧୭) ରହିଛି ଏବଂ ଦେବଗଡ଼ ଜିଲ୍ଲାରେ ପାସ୍ ହାର(୩୪.୧୭) ସର୍ବନିମ୍ନ ରହିଛି।

ଚଳିତବର୍ଷ ୪୦ ଜଣ ପିଲା ବାଣିଜ୍ୟରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ପାସ୍ କରିଛନ୍ତି। ସେହିପରି ରାଜ୍ୟର ୨୯ଟି ସ୍କୁଲରେ ପାସ୍ ହାର ଶତ ପ୍ରତିଶତ ହୋଇଥିବାବେଳେ ୨ଟି ସ୍କୁଲରେ ପାସହାର୍ ଶୂନ ରହିଛି ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି।

Comment