ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ସହରରୁ ଆଜି ଚିହ୍ନଟ ହୋଇଛନ୍ତି ୧୫୦ ନୂଆ କରୋନା ରୋଗୀ। ଏଥିସହିତ ସହରର ପଜିଟିଭ୍ ସଂଖ୍ୟା ୨୮ ଶହ ପାର୍ କରିଛି। ଏନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।
ଚିହ୍ନଟ ହୋଇଥିବା ଏହି ୧୫୦ ଆକ୍ରାନ୍ତଙ୍କ ମଧ୍ୟରୁ ୩୬ ଜଣ ସରକାରୀ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୪୭ ଜଣ ହୋମ୍ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି। ସେହିଭଳି ବାକି ୬୭ କେସ୍ ଲୋକାଲ୍ ଥିବା ନେଇ ସିଏମସି ରିପୋର୍ଟ ଦେଇଛି।
#COVID19 update in Cuttack city (CMC area)
Out of the 241 new COVID-19 +ve cases reported today in #Cuttack district, 150 +ve cases belong to Cuttack city (CMC area).
Another 80 recoveries (19th August data) have been reported recently! KUDOS to all doctors & healthcare staff. pic.twitter.com/uwCuXPaVxi
— CMC,Cuttack (@CMCCuttack) August 20, 2020
ଏସସିବି ହସ୍ପିଟାଲର ଆଇସୋଲେସନ ୱାର୍ଡ ସମେତ ଧୋବା ସାହି, ମୋଚି ସାହି, ନୂଆ ବଜାର ଆଦି ଅଞ୍ଚଳରୁ ଏକାଧିକ ପଜିଟିଭ୍ କେସ୍ ସାମନାକୁ ଆସିଛି। ସେହିପରି ସହରର ଅନ୍ୟ ଅଞ୍ଚଳରୁ ମଧ୍ୟ ଅନେକ ପଜିଟିଭ୍ କେସ୍ ଚିହ୍ନଟ ହୋଇଛନ୍ତି।
ଏଯାବତ କଟକ ସହରରୁ ମୋଟ ୨୮୨୮ ପଜିଟିଭ୍ କେସ୍ ସାମନାକୁ ଆସିଥିବାବେଳେ ସେଥିମଧ୍ୟରୁ ୧୭୨୭ ଜଣ ସୁସ୍ଥ ହୋଇସାରିଲେଣି। ଏବେ ବି ସହରରେ ୧୦୮୭ ଜଣ ଲୋକ କରୋନାରେ ସକ୍ରିୟ ଥିବା ନେଇ ସୂଚନା ରହିଛି।


















