ଓଡ଼ିଶାଲାଇଭ୍ ବ୍ୟୁରୋ

  • ରାଜ୍ୟରୁ ଆଜି ୨୮୯୮ ପଜିଟିଭ୍ ଚିହ୍ନଟ
  • ଖୋର୍ଦ୍ଧାରୁ ସର୍ବାଧିକ ୫୨୪ ସଂକ୍ରମିତ
  • ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୦,୦୨୦କୁ ବୃଦ୍ଧି

ରାଜ୍ୟରେ ଆଜି ପୁଣି ଶିଖର ଛୁଇଁଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଆଉ ୨୮୯୮ ନୂଆ ପଜିଟିଭ୍ ଚିହ୍ନଟ ହେବା ସହିତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୦ ହଜାର ଡେଇଁଛି।

ଆଜି ସଂକ୍ରମଣରେ ସମସ୍ତଙ୍କୁ ପଛରେ ପକାଇଦେଇଛି ଖୋର୍ଦ୍ଧା ଜିଲ୍ଲା। ଖୋର୍ଦ୍ଧାରୁ ସର୍ବାଧିକ ୫୨୪ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମରୁ ୨୨୬, ବାଲେଶ୍ୱରରୁ ୧୪୦, ଭଦ୍ରକରୁ ୧୦୭, ବଲାଙ୍ଗିରରୁ ୧୭୩, କଟକରୁ ୨୪୧, କୋରାପୁଟରୁ ୧୩୨, ନୟାଗଡ଼ରୁ ୨୩୨, ପୁରୀରୁ ୧୦୪, ରାୟଗଡ଼ାରୁ ୧୦୫ ଏବଂ ସୁନ୍ଦରଗଡ଼ରୁ ୧୦୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।BGUଏଥିସହିତ ଅନଗୁଳରୁ ୧୬, ବରଗଡ଼ରୁ ୯, ବୌଦ୍ଧରୁ ୧, ଦେବଗଡ଼ରୁ ୩, ଢେଙ୍କାନାଳରୁ ୪୪, ଗଜପତିରୁ ୫୩, ଯାଜପୁରରୁ ୬୯, ଝାରସୁଗୁଡ଼ାରୁ ୪୯,କଳାହାଣ୍ଡିରୁ ୭୬, କନ୍ଧମାଳରୁ ୬୩, କେନ୍ଦ୍ରାପଡ଼ାରୁ ୫୭, କେନ୍ଦୁଝରରୁ ୩୫, ମାଲକାନଗିରିରୁ ୫୬, ମୟୂରଭଞ୍ଜରୁ ୫୩, ନବରଙ୍ଗପୁରରୁ ୩୭, ନୂଆପଡ଼ାରୁ ୮, ସମ୍ବଲପୁରରୁ ୭୭ ଓ ସୋନପୁରରୁ ୨୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏଯାବତ ରାଜ୍ୟରୁ ମୋଟ ୭୦,୦୨୦ ଜଣ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି। ସେଥିମଧ୍ୟରୁ ୪୬,୯୩୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଏବେ ବି ୨୨,୬୫୧ ସକ୍ରିୟ ଅଛନ୍ତି ବୋଲି ସୂଚନା ମିଳିଛି।

Comment