ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ନମୁନା ପରୀକ୍ଷାରେ ପ୍ରତିଦିନ ଆଗକୁ ବଢୁଛି ଓଡ଼ିଶା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ରେକର୍ଡ ସଂଖ୍ୟକ ୫୩ ହଜାର ୪୭୮ ନମୁନା ପରୀକ୍ଷା ହୋଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

ସୂଚନା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୭ ହଜାର ୫୧୨ ଆଣ୍ଟିଜେନ୍ ଟେଷ୍ଟ ହୋଇଛି। ସେହିପରି ୫୮୪୯ଟି ଆରଟିପିସିଆର୍ ଓ ୧୧୭ଟି ଟ୍ରୁନାଟ ପରୀକ୍ଷା ହୋଇଛି। କେବଳ ଗଞ୍ଜାମ ଜିଲ୍ଲାରେ ୬ ହଜାର ୫୬୪ ନମୁନା ପରୀକ୍ଷା ହୋଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।BGUଗତ କିଛିଦିନ ଧରି ରାଜ୍ୟରେ କ୍ରମାଗତ ଭାବେ ଦୈନିକ ୫୦ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଉଛି। ଏତେ ସଂଖ୍ୟକ ପରୀକ୍ଷା ହୋଇଥିଲେ ମଧ୍ୟ ରାଜ୍ୟରେ ସଂକ୍ରମଣ ହାର କମୁଛି। ଯାହାକି ଓଡ଼ିଶା ପାଇଁ ଏକ ଆଶ୍ୱସ୍ତିକର ଖବର ବୋଲି କୁହାଯାଇପାରେ।

Comment