ଓଡ଼ିଶାଲାଇଭ୍‌ ବ୍ୟୁରୋojee exam

କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସମସ୍ତ ଅଣଗେଜେଟେଡ ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ନିଯୁକ୍ତି ଲାଗି ଏଣକି ଗୋଟିଏ ପରୀକ୍ଷା ହେବ। ଏଥିପାଇଁ କେନ୍ଦ୍ର ସରକାର ଏନ୍‌ଆରଏ (ନାସନାଲ ରିକ୍ର୍ୟୁଇଟମେଣ୍ଟ ଏଜେନ୍ସି) ଗଠନ କରିବେ। ଏହି ଏଜେନ୍ସି ଗୋଟିଏ ‘କମନ୍‌ ଏଲିଜିବିଲିଟି ଟେଷ୍ଟ’ କରିବ। ଦେଶର କୋଟି କୋଟି ଚାକିରି ଆଶାୟୀ ଏହାଦ୍ୱାରା ଉପକୃତ ହେବେ।

‘କମନ୍‌ ଏଲିଜିବିଲିଟି ଟେଷ୍ଟ’ କୃତି ଅର୍ଜନ କରିଥିବା ପ୍ରାର୍ଥୀ କୌଣସି ଚାକିରି ପାଇଁ ଉଚ୍ଚସ୍ତରୀୟ ପରୀକ୍ଷା ଦେବାକୁ ଆବେଦନ କରିପାରିବେ। ଏହି ପରୀକ୍ଷାରେ ହାସଲ କରିଥିବା ମାର୍କ ୩ ବର୍ଷ ଯାଏଁ  ବୈଧ ରହିବ। ଅର୍ଥାତ ୩ ବର୍ଷ ପର୍ଯ୍ୟନ୍ତ ପ୍ରାର୍ଥୀ ନିଜ ପସନ୍ଦର ଚାକିରି ପାଇଁ ଆବେଦନ କରିପାରିବେ। ଷ୍ଟାପ୍‌ ସିଲେକ୍ସନ ବୋର୍ଡ, ରେଲଓ୍ୱେ ରିକ୍ର୍ୟୁଇଟମେଣ୍ଟ ବୋର୍ଡ, ଆବିପିଏସ୍‌ ଭଳି ସଂସ୍ଥାରେ ଚାକିରି ପାଇଁ ପ୍ରାଥିମକ ପରୀକ୍ଷା ଏନଆରଏ କରିବ।BGU

ପୂର୍ବରୁ ଭିନ୍ନ ଭିନ୍ନ ସଂସ୍ଥାରେ ଭିନ୍ନ ଭିନ୍ନ ପଦବୀ ଲାଗି ସେହି ସଂସ୍ଥା ଦ୍ୱାରା ପରିାଚାଳିତ ପରୀକ୍ଷା ଦେବାକୁ ପଡ଼ୁଥିଲା। ଏଥିପାଇଁ ପ୍ରାର୍ଥୀଙ୍କୁ ନିଯୁକ୍ତି ସଂସ୍ଥାଗୁଡ଼ିକ ଶୁଳ୍କ ଦେବାକୁ ପଡ଼ୁଥିଲା। କିନ୍ତୁ ଏବେ ଏହି ଏକକ ପରୀକ୍ଷା ଦ୍ୱାରା ପ୍ରାର୍ଥୀଙ୍କ ଟଙ୍କା ବଞ୍ଚିବ।

କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଚାକିରିରେ ସ୍ୱଚ୍ଛତା ଆଣିବା ଲାଗି ଏନଆରଏ ପ୍ରସ୍ତାବକୁ  କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନଆରଏ ଗଠନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।

Comment