ଓଡ଼ିଶାଲାଇଭ୍ ବ୍ୟୁରୋ

  • ରାଜ୍ୟରୁ ଆଜି ୨୬୯୮ ନୂଆ ସଂକ୍ରମିତ ଚିହ୍ନଟ 
  • ଖୋର୍ଦ୍ଧାରୁ ସର୍ବାଧିକ ୪୭୫ ଜଣ ସଂକ୍ରମିତ ଚିହ୍ନଟ
  • ରାଜ୍ୟର ମୋଟ ପଜିଟିଭ୍ ସଂଖ୍ୟ ୭୧,୭୧୮କୁ ବୃଦ୍ଧି

ଅଗଷ୍ଟ ମାସରେ ଅସମ୍ଭାଳ ହେବାରେ ଲାଗିଲାଣି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଆଉ ୨୬୯୮ ନୂଆ ସଂକ୍ରମିତ ଚିହ୍ନଟ ହେବା ସହିତ ମୋଟ ପଜିଟିଭ୍ ସଂଖ୍ୟା ୭୨ ହଜାର ଟପିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆଜି ଚିହ୍ନଟ ହୋଇଥିବା ଏହି ନୂଆ ସଂକ୍ରମିତଙ୍କ ମଧ୍ୟରୁ ୧୬୭୫ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି। ସେହିଭଳି ବାକି ୧୦୨୩ ଜଣ ସଂକ୍ରମିତ ଲୋକାଲ୍ ବୋଲି ସୂଚନା ମିଳିଛି। ଗତ କିଛି ଦିନର ଟ୍ରେଣ୍ଡ୍ ଅନୁଯାୟୀ ଆଜି ବି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୭୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।BGUଏଥିସହିତ ଅନୁଗୁଳରୁ ୨୯, ବାଲେଶ୍ୱରରୁ ୧୦୨, ବରଗଡ଼ରୁ ୫୬, ଭଦ୍ରକରୁ ୮୯, ବଲାଙ୍ଗିରରୁ ୭୧, ବୌଦ୍ଧରୁ ୧୧, କଟକରୁ ୨୦୭, ଦେବଗଡ଼ରୁ ୨, ଢେଙ୍କାନାଳରୁ ୨୭, ଗଜପତିରୁ ୫୮, ଗଞ୍ଜାମରୁ ୧୬୨, ଜଗତସିଂହପୁରରୁ ୨୧, ଯାଜପୁରରୁ ୮୦, ଝାରସୁଗୁଡ଼ାରୁ ୭୨, କଳାହାଣ୍ଡିରୁ ୪୯, କନ୍ଧମାଳରୁ ୮୯, କେନ୍ଦୁଝରରୁ ୨୧, କୋରାପୁଟରୁ ୧୪୬, ମାଲାକାନଗିରିରୁ ୮୧, ମୟୂରଭଞ୍ଜରୁ ୧୨୮, ନବରଙ୍ଗପୁରରୁ ୯୧, ନୟାଗଡ଼ରୁ ୯୪, ନୂଆପଡ଼ାରୁ ୩, ପୁରୀରୁ ୮୭, ରାୟଗଡ଼ାରୁ ୧୫୪, ସମ୍ବଲପୁରରୁ ୭୮, ସୋନପୁରରୁ ୩୧ ଓ ସୁନ୍ଦରଗଡ଼ରୁ ୧୦୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏହାକୁ ମିଶାଇ ରାଜ୍ୟର ମୋଟ ପଜିଟିଭ୍ ସଂଖ୍ୟ ୭୧,୭୧୮କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୪୮,୫୭୬ ଜଣ ସୁସ୍ଥ ହୋଇଥିବାବେଳେ ଏବେ ବି ୨୩,୬୯୯ ଜଣ ସକ୍ରିୟ ଅଛନ୍ତି।

Comment