ଓଡ଼ିଶାଲାଇଭ୍‌ ବ୍ୟୁରୋjeypore

ପାରିବାରିକ କଳହର କରୁଣ ପରିଣତି। ସ୍ୱାମୀ ଦେଉଥିବା ନିର୍ଯାତନାକୁ ସହି ନପାରି ୨ ଛୁଆଙ୍କୁ ଧରି କୂଅକୁ ଡେଇଁ ଜୀବନ ହାରିଲେ ସ୍ତ୍ରୀ। ଦୁନିଆ ଦେଖିବା ଆଗରୁ ଆଖି ବୁଜିଦେଲେ ଦୁଇ ଛୁଆ। ଏମିତି ହୃଦୟ ବିଦାରକ ଘଟଣା ଘଟିଛି କୋରାପୁଟ ଜିଲ୍ଲା କୋଟପାଡର ୧୩ ନମ୍ବର ଓ୍ୱାର୍ଡରେ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି କୂଅ ଭିତରୁ ୩ଟି ଶବକୁ ଉଦ୍ଧାର କରିଛି। ୩ଟି ଯାକ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହିତ ମୃତ ମହିଳାଙ୍କ ସ୍ୱାମୀଙ୍କୁ ଅଟକ ରଖି ଅଧିକ ପଚରା ଉଚରା କରୁଛି ପୋଲିସ।BGU

ମୃତକ ମହିଳାଙ୍କ ନାଁ ଲକ୍ଷ୍ମୀ ଭତ୍ରା ଓ ତାଙ୍କ ବୟସ ମାତ୍ର ୨୧। ସେ କେଶବ ଭତ୍ରାଙ୍କୁ କିଛି ବର୍ଷ ତଳେ ବିବାହ କରିଥିଲେ। କେଶବ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ। ହେଲେ ପ୍ରଚୁର ମଦ ପିଉଥିବାରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ତେବେ ଗତ ବୁଧବାର ଦିନ ଏହି ଝଗଡ଼ା ସବୁ ସୀମା ପାର କରିଗଲା। ସ୍ତ୍ରୀ ଆଉ ସହି ନପାରି ଦେଢ ବର୍ଷ ପୁଅ ଓ ୪ ବର୍ଷର ଝିଅକୁ ସାଙ୍ଗରେ ଧରି କୂଅକୁ ଡେଇଁପଡ଼ିଲେ। ଏକଥା ତାଙ୍କ ପରିବାର ଲୋକ ଜାଣିପାରିନଥିଲେ।

କୂଅ ଭିତରେ ଶବ ଭାସିବା ପରେ ଶୁକ୍ରବାର ଘଟଣା ସଂପର୍କରେ ପୋଲିସକୁ ଖବର ଦେଇଥିଲେ ପଡୋଶୀ। ମୃତ ମହିଳାଙ୍କ ଭଉଣୀଙ୍କ ଏତଲା ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି।

Comment