ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଭୁବନେଶ୍ୱରରୁ ଆଜି ଚିହ୍ନଟ ହେଲେ ୩୨୪ ନୂଆ କରୋନା ପଜିଟିଭ୍। ଏଥିସହ ସହରର ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୭ ଶହ ଟପିଛି। ଏନେଇ ବିଏମସି ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।
ଆଜି ଚିହ୍ନଟ ହୋଇଥିବା ପଜିଟିଭ୍ ମଧ୍ୟରୁ ୧୭୩ ଜଣ କ୍ୱାରେଣ୍ଟାଇନରୁ ହୋଇଥିବାବେଳେ ବାକି ୧୫୧ ଲୋକାଲ୍ କେସ୍ ବୋଲି ବିଏମସି ସୂଚନା ଦେଇଛି। ତେବେ ଆଜି ଭୁବନେଶ୍ୱରର ଚନ୍ଦ୍ରଶେଖରପୁର, ରାଜମହଲ ଛକ ଏମଏଲଏ କଲୋନୀରୁ ଏକାଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ୮ ଜଣ ଟ୍ରାଫିକ୍ କର୍ମଚାରୀ ମଧ୍ୟ ପଜିଟିଭ୍ ହୋଇଥିବା ଜଣାପଡ଼ିଛି।
Update on newly detected & cured #COVID19 cases in the last 24 hrs under the BMC area on 21st Aug 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/2TuNqoBEfx— BMC (@bmcbbsr) August 21, 2020
ଅନ୍ୟପଟ ସହିଦନଗର, ଲକ୍ଷ୍ମୀସାଗର ଓ ପଟିଆ ଆଦି ଅଞ୍ଚଳରୁ ଏକାଧିକ ଲୋକାଲ୍ ପଜିଟିଭ୍ କେସ୍ ସାମନାକୁ ଆସିଛି। ଏହାବାଦ୍ ସହରର ପ୍ରତିଟି କୋଣରୁ ଗୋଟିଏ ଦୁଇଟି ପଜିଟିଭ୍ କେସ୍ ଚିହ୍ନଟ ହୋଇଛନ୍ତି।
ଏହାକୁ ମିଶାଇ ରାଜଧାନୀରେ ଏଯାବତ ମୋଟ ୬୭୨୦ ପଜିଟିଭ୍ ଚିହ୍ନଟ ହୋଇସାରିଲେଣି। ସେଥିମଧ୍ୟରୁ ୪୦୬୧ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୨୬୧୮ ଏବେ ବି ସକ୍ରିୟ ଅଛନ୍ତି। ରାଜଧାନୀରେ କରୋନା କାରଣରୁ ମୋଟ ୩୩ ଜଣଙ୍କର ପ୍ରାଣହାନି ଘଟିଛି।


















