ଓଡିଶାଲାଇଭ୍ ବ୍ୟୁରୋCoronavirus blood test

ଭୁବନେଶ୍ଵରରୁ ଆଜି ପୁଣି ୨୯୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ଵାରେଣ୍ଟାଇନ୍‌ରୁ ୧୫୩ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୪୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।

ଆଜି ପୋଲିସ ସିକ୍ୟୁରିଟି ଓ୍ଵିଙ୍ଗ୍‌ରୁ ସର୍ବାଧିକ ୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଚନ୍ଦକାର ଏକ ବିସ୍କୁଟ କାରଖାନାରୁ ୨୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏଥିସହ ପଟିଆ କିଟ୍ କ୍ୟାମ୍ପସ୍‌ରୁ ୧୧ ଜଣ, ରିଜର୍ଭ ପୋଲିସ କଲୋନିରୁ ୮ ଜଣ, ଚନ୍ଦ୍ରଶେଖରପୁର ଏଚ୍‌ବି କଲୋନିରୁ ୪ ଜଣ, ରସୁଲଗଡ଼ରୁ ୪ ଜଣ, ବିଜେବି ନଗରରୁ ୩ ଜଣ, ବରଗଡ଼ କେନାଲ ରୋଡ୍‌ରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।BGUଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ଵରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୦୧୫ରେ ପହଞ୍ଚିଛି। ସେଥିମଧ୍ୟରୁ ୪,୨୧୯ ସୁସ୍ଥ ହୋଇଥିବା ବେଳେ ୨,୭୫୪ଟି ଆକ୍ଟିଭ୍ କେସ୍ ରହିଛି। ଏଥିସହ ସହରରେ ୩୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Comment