ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ଦୁବାଇରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱର ସବୁଠୁ ଧନୀ କ୍ରିକେଟ୍ ଲିଗ୍ ଆଇପିଏଲ୍। ସେପ୍ଟେମ୍ଵର ୧୯ରୁ ନଭେମ୍ଵର ୧୦ ମଧ୍ୟରେ ଏହା ଅନୁଷ୍ଠିତ ହେବ। ୨୦୦୮ରୁ ଆରମ୍ଭ ହୋଇଥିବା ଏହି ଆଇପିଏଲ୍‌ର ଏଯାବତ୍ ୧୨ଟି ସଂସ୍କରଣ ହୋଇସାରିଛି। ତେବେ କେଉଁ ଦଳ କେତେଥର ଆଇପିଏଲ ଟ୍ରଫି ହାତେଇବାରେ ସଫଳ ହୋଇଛି ଆପଣ ଜାଣିଛନ୍ତି କି?

ଆସନ୍ତୁ ଜାଣିବା ଆଇପିଏଲରେ କେଉଁ ଦଳ କେତେ ସଫଳ ହୋଇଛନ୍ତି?ମୁମ୍ଵାଇ ଇଣ୍ଡିଆନ୍ସ ଆଗରେ

ଏପର୍ଯ୍ୟନ୍ତ ଆଇପିଏଲ ଇତିହାସରେ ସର୍ବାଧିକ ୪ ଥର ଟ୍ରଫି ଜିତି ମୁମ୍ଵାଇ ଇଣ୍ଡିଆନ୍ସ ଆଗରେ ରହିଛି। ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ ନେତୃତ୍ଵରେ ଟିମ୍ ମୁମ୍ଵାଇ ଏହି ସଫଳତା ହାସଲ କରିପାରିଛି। ୨୦୧୩ରେ ଆଇପିଏଲର ୬ତମ ସଂସ୍କରଣରେ ଚେନ୍ନାଇ ସୁପର୍ କିଙ୍ଗସ୍‌କୁ ହରାଇ ପ୍ରଥମଥର ପାଇଁ ଟ୍ରଫି ହାସଲ କରିଥିଲା ମୁମ୍ଵାଇ ଇଣ୍ଡିଆନ୍ସ। ଏହାପରେ ୨୦୧୫ରେ ପୁଣିଥରେ ଚେନ୍ନାଇକୁ ମାତ୍ ଦେଇ ମୁମ୍ଵାଇ ଟ୍ରଫି ହାସଲ କରିଥିଲା। ସେହିପରି ୨୦୧୭ରେ ପୁନେ ଓ୍ଵାରିଅର୍ସ ଏବଂ ୨୦୧୯ରେ ପୁଣି ଚେନ୍ନାଇକୁ ହରାଇ ଆଇପିଏଲରେ ସର୍ବାଧିକ ବିଜୟଲାଭ କରିବାରେ ମୁମ୍ଵାଇ ଇଣ୍ଡିଆନ୍ସ ସଫଳ ହୋଇଥିଲା।ସଫଳ ସିଏସ୍‌କେ

ଆଇପିଏଲର ସବୁଠାରୁ ସଫଳ ଦଳ ଭାବେ ଆଗରେ ରହିଛି ଚେନ୍ନାଇ ସୁପର୍ କିଙ୍ଗସ୍‌। ଆଇପିଏଲର ପ୍ରଥମ ସଂସ୍କରଣରୁ ହିଁ ଚେନ୍ନାଇ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲା। ଏ ପର୍ଯ୍ୟନ୍ତ ଦଳ ସର୍ବାଧିକ ୮ଥର ଫାଇନାଲ ମ୍ୟାଚ୍‌ ଖେଳିସାରିଛି । ସେଥିମଧ୍ୟରୁ ୩ ଥର ଚାମ୍ପିୟନ ହୋଇଥିବା ବେଳେ ୫ ଥର ରନର୍ସଅପ୍ ହୋଇଛି ଚେନ୍ନାଇ। କ୍ୟାପଟେନ୍ କୁଲ୍ ଧୋନୀଙ୍କ ନେତୃତ୍ଵରେ ଦଳ ୨୦୧୦ରେ ମୁମ୍ଵାଇ ଇଣ୍ଡିଆନ୍ସ, ୨୦୧୧ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ଏବଂ ୨୦୧୮ରେ ସନ୍ ରାଇଜର୍ସ ହାଇଦ୍ରାବାଦ୍‌କୁ ହରାଇ ଚାମ୍ପିୟନ ହୋଇଥିଲା।ଅନ୍ୟପଟେ କୋଲକାତା ନାଇଟ୍ ରାଇଡର୍ସ ଦୁଇଥର ଆଇପିଏଲ୍ ଟ୍ରଫି ହାସଲ କରିବାରେ ସଫଳ ହୋଇଛି। ସେହିପରି ରାଜସ୍ଥାନ ରୟାଲ୍ସ, ଡେକାନ୍ ଚାର୍ଜର୍ସ ଏବଂ ସନ୍ ରାଇଜର୍ସ ହାଇଦ୍ରାବାଦ୍ ମଧ୍ୟ ଥରେ ଲେଖାଏଁ ଟ୍ରଫି ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛନ୍ତି।

ଅପରପକ୍ଷେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ, କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ପ୍ରଥମଥର ଆଇପିଏଲ ଟ୍ରଫି ଜିତିବାକୁ ଲକ୍ଷ ରଖିଛନ୍ତି। BGU

Comment