ଓଡ଼ିଶାଲାଇଭ୍‌ ବ୍ୟୁରୋ

ରବିବାର ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏହି ଦିନ ପୂରା ପଶ୍ଚିମ ଓଡ଼ିଶା ଚଳଚଞ୍ଚଳ ହୋଇଉଠେ। ଏବର୍ଷ କିନ୍ତୁ ନିରାଡମ୍ବର ଭାବେ ପାଳିତ ହେବ ଏହି ପର୍ବ। ଏମିତିକି ଇଷ୍ଟ ଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିପାରିବେନି ସାଧାରଣ ଲୋକ।

କରୋନା ମହାମାରୀ ଯୋଗୁଁ କଟକଣା ରହିଥିବାରୁ ମନ୍ଦିରକୁ ସାଧାରଣ ଲୋକଙ୍କୁ ଅନୁମତି ନାହିଁ। କେବଳ ସେବାୟତମାନେ ଧାର୍ଯ୍ୟ ଲଗ୍ନ ଅନୁସାରେ ଇଷ୍ଟ ଦେବୀଙ୍କୁ ନବାନ୍ନ ଲାଗି କରାଇବେ।BGU

ମା’ଙ୍କ ନିକଟରେ ନବାନ୍ନ ଲାଗି ପାଇଁ ସକାଳ ୯ଟା ୩୫ରୁ ୯ଟା ୫୦ ମଧ୍ୟରେ ସମୟ ନିର୍ଦ୍ଧାରିତ ହୋଇଛି। ଏହି ସମୟରେ ମଧ୍ୟରେ ମା’ଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ପରିବାର ସଦସ୍ୟ ଏକାଠି ବସି ନୂଆ ଖାଇବେ। କିନ୍ତୁ କରୋନା ପାଇଁ ଏକାଠି ହୋଇ ଉତ୍ସବ ପାଳିପାରିବେନି ଲୋକେ।

Comment