ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣତଃ ମନରେ ଯେତବେଳେ ଜେଲ କଥା ଆସେ ସେତେବେଳେ ମନରେ ଅନେକ ପ୍ରଶ୍ନ ଉଠିଥାଏ। ଜେଲରେ ବ୍ୟବସ୍ଥା କେମିତି ହୋଇଥିବ? ସେଠାରେ କଏଦୀଙ୍କ ପାଇଁ ଖାଇବା ପିଇବା ବ୍ୟବସ୍ଥା କେମିତି ହୋଇଥିବ? ହେଲେ କ୍ୟୁବାରେ ଏମିତି ଏକ ଜେଲ ରହିଛି, ଯେଉଁଠି କଏଦୀଙ୍କ ଖାଇବା, ପିଇବା, ସ୍ୱାସ୍ଥ୍ୟ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୁଏ। ଏହି ଜେଲକୁ ଦୁନିଆର ସବୁଠୁ ମହଙ୍ଗା ଜେଲ୍‌ ବୋଲି କୁହାଯାଏ।

BGU

କ୍ୟୁବାରେ ଥିବା ଏହି ଜେଲ୍‌ର ନାଁ ‘ଗ୍ୱାଁତାନମୋ ବେ’। ନ୍ୟୁୟର୍କ ଟାଇମ୍ସର ରିର୍ପୋଟ ଅନୁସାରେ ଏହି ଜେଲ୍‌ରେ ଜଣେ କଏଦୀଙ୍କ ପଛରେ ବର୍ଷକୁ ୯୩ କୋଟି ଖର୍ଚ୍ଚ ହୁଏ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ଜେଲରେ ପାଖାପାଖି ୧୮୦୦ ଯବାନ ମୁତୟନ ଅଛନ୍ତି। ଜେଲର ସୁରକ୍ଷା ଦାୟିତ୍ୱରେ ଥିବା ଏହି ଯବାନଙ୍କମାନଙ୍କ ପାଇଁ ପ୍ରତିବର୍ଷ ପାଖାପାଖି ୩୯ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ।

ଏହି ଜେଲରେ କଏଦୀଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ରହିଛି। କଏଦୀଙ୍କ ଚିକିତ୍ସା ପାଇଁ ୩ଟି ମେଡିକାଲ ରହିଛି। ଏମିତିକି ଏହି ଜେଲରେ ଫିଲ୍ମ ହଲ୍‌ ମଧ୍ୟ ଅଛି।

LEAVE A REPLY

Please enter your comment!
Please enter your name here