ଓଡ଼ିଶାଲାଇଭ୍ ବ୍ୟୁରୋ

- ଆଜି ରାଜ୍ୟରୁ ୨୯୯୩ ନୂଆ ସଂକ୍ରମିତ ଚିହ୍ନଟ
- ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୦୬ ଜଣ ସଂକ୍ରମିତ
- ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୮,୫୩୦କୁ ବୃଦ୍ଧି
ରାଜ୍ୟରେ କରୋନା ସଂକ୍ରମଣ ଏବେ ଉପର ମୁହାଁ ହୋଇ ବଢ଼ିଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଆଉ ୨୯୯୩ ନୂଆ ସଂକ୍ରମିତ ଚିହ୍ନଟ ହେବା ସହିତ ମୋଟ ପଜିଟିଭ୍ ସଂଖ୍ୟା ୭୮ ହଜାର ଟପିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।
ଆଜି ଚିହ୍ନଟ ହୋଇଥିବା ଏହି ନୂଆ ସଂକ୍ରମିତଙ୍କ ମଧ୍ୟରୁ ୧୮୭୯ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି। ସେହିପରି ବାକି ୧୧୧୪ ଜଣ ସଂକ୍ରମିତ ଲୋକାଲ୍ କେସ୍ ବୋଲି ଜଣାପଡ଼ିଛି। ଗତ କିଛି ଦିନର ଟ୍ରେଣ୍ଡ୍ ଅନୁଯାୟୀ ଆଜି ବି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୦୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୨୧, ବାଲେଶ୍ୱରରୁ ୧୧୫, ବରଗଡ଼ରୁ ୯୮, ଭଦ୍ରକରୁ ୯୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଅନ୍ୟପଟେ ବଲାଙ୍ଗିରରୁ ୬୨, ବୌଦ୍ଧରୁ ୯, କଟକରୁ ୧୫୮, ଦେବଗଡ଼ରୁ ୯, ଢେଙ୍କାନାଳରୁ ୬୦, ଗଜପତିରୁ ୪୩, ଗଞ୍ଜାମରୁ ୨୭୧, ଜଗତସିଂହପୁରରୁ ୪୬, ଯାଜପୁରରୁ ୧୨୧, ଝାରସୁଗୁଡ଼ାରୁ ୪୩, କଳାହାଣ୍ଡିରୁ ୩୬, କନ୍ଧମାଳରୁ ୫୮, କେନ୍ଦ୍ରାପଡ଼ାରୁ ୪୩, କେନ୍ଦୁଝରରୁ ୬୩, କୋରାପୁଟରୁ ୯୫, ମାଲକାନଗିରିରୁ ୮୫, ମୟୂରଭଞ୍ଜରୁ ୧୨୦, ନବରଙ୍ଗପୁରରୁ ୬୮, ନୟାଗଡ଼ରୁ ୧୫୩, ନୂଆପଡ଼ାରୁ ୧୧, ପୁରୀରୁ ୧୫୬, ରାୟଗଡ଼ାରୁ ୧୩୭, ସମ୍ବଲପୁରରୁ ୧୦୪, ସୋନପୁରରୁ ୪୦ ଓ ସୁନ୍ଦରଗଡ଼ରୁ ୭୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଏହାକୁ ମିଶାଇ ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୮,୫୩୦କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୫୨,୨୭୬ ସୁସ୍ଥ ହୋଇ ଘରକୁ ଫେରିଥିଲାବେଳେ ଏବେ ବି ୨୫,୭୯୨ ଜଣ ସକ୍ରିୟ ଅଛନ୍ତି।
Covid-19 Report For 22nd August
New Positive Cases: 2993
In quarantine: 1879
Local contacts: 1114(Details of local contacts will be shared by concerned District Administration)
District Wise Cases
1. Angul: 21
2. Balasore: 115
3. Bargarh: 98
4. Bhadrak: 92
5. Balangir: 62— I & PR Department, Odisha (@IPR_Odisha) August 23, 2020
22. Mayurbhanj: 120
23. Nawarangpur: 68
24. Nayagarh: 153
25. Nuapada: 11
26. Puri: 156
27. Rayagada: 137
28. Sambalpur: 104
29. Sonepur: 40
30. Sundargarh: 70New Recoveries: 1773
Cumulative Tested: 1302711
Positive: 78530
Recovered: 52276
Active Cases: 25792— I & PR Department, Odisha (@IPR_Odisha) August 23, 2020


















