ଓଡ଼ିଶାଲାଇଭ୍ ବ୍ୟୁରୋ
ଗୋଟିଏ ପଟେ ରାଜ୍ୟରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ଅନ୍ୟପଟେ ଏହାକୁ ତାଳ ଦେଇ ମୃତ୍ୟୁସଂଖ୍ୟା ମଧ୍ୟ ଥମିବାର ନାଁ ନେଉନି। ରାଜ୍ୟରେ ଆଜି ଆଉ ୧୦ ଜଣ ଆକ୍ରାନ୍ତ ଆଖି ବୁଜିବା ସହିତ ମୋଟ ମୃତ୍ୟୁସଂଖ୍ୟା ୪ ଶହ ଟପିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍ କରି ସୂଚନା ଦେଇଛି।
ଆଜି ପ୍ରାଣ ହରାଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ ୩ ଜଣ ରହିଛନ୍ତି। ସେହିପରି କଟକରୁ ୨, ରାୟଗଡ଼ାରୁ ୨ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି। ସେହିପରି ବଲାଙ୍ଗିର, ନୟାଗଡ଼ ଓ ଗଜପତି ଜିଲ୍ଲାରୁ ଜଣେ ଲେଖାଏଁ ପ୍ରାଣ ହରାଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଦେଇଛି।
ଏହାକୁ ମିଶାଇ କେବଳ ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁସଂଖ୍ୟା ୧୭୪କୁ ବୃଦ୍ଧି ପାଇଛି। ସେହିପରି ଖୋର୍ଦ୍ଧାରେ ଏହିସଂଖ୍ୟା ୫୪, କଟକରେ ୨୪, ସୁନ୍ଦରଗଡ଼ରେ ୨୬, ଗଜପତିରେ ୧୭ ଓ ରାୟଗଡ଼ାରେ ୨୦ ରହିଛି।


















