ଓଡିଶାଲାଇଭ୍ ବ୍ୟୁରୋCORONA POSITIVE

ଭୁବନେଶ୍ଵରରୁ ଆଜି ପୁଣି ୩୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ଵାରେଣ୍ଟାଇନ୍‌ରୁ ୨୦୬ ଜଣ ଚିହ୍ନଟ ହୋଇଥିବା ବେଳେ ୧୧୧ଟି ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି। ଏନେଇ ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।

ଆଜି ରିଜର୍ଭ ପୋଲିସରୁ ୯ ଜଣ ଏବଂ ରାଜ୍ୟ ଅଗ୍ନିଶମ ବାହିନୀର ୪ ଜଣ କରୋନା ଯୋଦ୍ଧା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ଆଚାର୍ଯ୍ୟବିହାର ଅଞ୍ଚଳରୁ ୧୨ ଜଣ, ସାଲିଆସାହିରୁ ୯ ଜଣ, ବ୍ରହ୍ମେଶ୍ଵରପାଟଣାରୁ ୬ ଜଣ, କଳିଙ୍ଗନଗରରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

BGU

ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ବିଏମ୍‌ସି ଅଞ୍ଚଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୩୩୨କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୪,୩୮୯ ଜଣ ସୁସ୍ଥ ହୋଇଥିବା ବେଳେ ୨,୯୦୧ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଏଥିସହ ୩୩ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

Comment