ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲକୁ ଆଉ ମାତ୍ର ଦିନ କେଇଟା ବାକି ଅଛି। ଖେଳାଳିମାନେ ମଧ୍ୟ ଫଟାଫଟ୍ କ୍ରିକେଟର ମଜା ନେବାକୁ ଦୁବାଇରେ ପହଞ୍ଚିସାରିଲେଣି। କ୍ରିକେଟ ପ୍ରେମୀମାନେ ମଧ୍ୟ ଆଇପିଏଲ୍ ମହାସମରକୁ ଦେଖିବାକୁ ଚାତକ ଭଳି ଅନେଇ ବସିଛନ୍ତି। ବିଶେଷକରି ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ଦଳର ଲଢ଼େଇକୁ ଦର୍ଶକମାନେ ଚାହିଁବସିଛନ୍ତି।BGUଆଇପିଏଲ୍ ଫ୍ୟାନମାନଙ୍କ ମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ଦଳର ଫ୍ୟାନମାନେ ଟିକେ ନିଆରା ହୋଇଥାନ୍ତି। ଆଇପିଏଲ୍ ସମୟରେ ଏହି ଦୁଇ ଦଳର ପ୍ରଶଂସକମାନେ ନିଜ ଟିମକୁ ସପୋର୍ଟ କରିବାକୁ ଯାଇ ସୋସିଆଲ୍ ମିଡିଆଠୁ ଆରମ୍ଭ କରି ଷ୍ଟାଡିୟମ ଗ୍ୟାଲେରୀରେ ଯୁଦ୍ଧ ଭଳି ମୁହାଁମୁହିଁ ହୋଇଥାନ୍ତି। ଦୁଇ ଦଳର ଫ୍ୟାନମାନେ ନିଜ ନିଜ ଟିମକୁ ଆଇପିଏଲର ବେଷ୍ଟ ଟିମ୍ ଆଖ୍ୟା ଦେଇଥାନ୍ତି। ଯାହାକୁ ନେଇ ଫ୍ୟାନମାନେ ମୁହାଁମୁହିଁ ହୋଇଥାନ୍ତି।

ଆଇପିଏଲରେ ଏଯାବତ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗସ ୩୦ ଥର ମୁହାମୁହିଁ। ସେଥିମଧ୍ୟରୁ ମୁମ୍ବାଇ ଇଣ୍ଡିଆନ୍ସ ୧୮ ଥର ବିଜୟୀ ହୋଇଥିବାବେଳେ ଚେନ୍ନାଇ ସୁପରକିଙ୍ଗସ ୧୨ ଥର ବିଜୟୀ ହୋଇଛି। ବିଶେଷକରି ଏହି ଦୁଇଦଳ ଆଇପିଏଲ ଫାଇନାଲରେ ୪ ଥର ମୁହାଁମୁହିଁ ହୋଇଥିଲାବେଳେ ସେ ଭିତରୁ ୩ ଥର ବାଜି ମାରିଛି ମୁମ୍ବାଇ ଇଣ୍ଡିଆନ୍ସ।ମୁମ୍ବାଇ ସର୍ବାଧିକ ଥର ଚାମ୍ପିୟନ

ଆଇପିଏଲ୍ ଇତିହାସରେ ମୁମ୍ବାଇ ଇଣ୍ଡିଆନ୍ସ ସର୍ବାଧିକ ଥର ଆଇପିଏଲ୍ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ଦଳ ୫ ଥର ଆଇପିଏଲ୍ ଫାଇନାଲ ଖେଳିଥିବାବେଳେ ୪ ଥର ଟ୍ରଫି ହାସଲ କରିଛି। ଦଳ ପ୍ରଥମ କରି ୨୦୧୦ ଆଇପିଏଲ୍ ଫାଇନାଲରେ ଚେନ୍ନାଇ ସୁପରକିଙ୍ଗସଠାରୁ ହାରିଯାଇଥିଲା। ହେଲେ ଏହାପରେ ଦଳ ୨୦୧୩,୨୦୧୫,୨୦୧୭ ଓ୨୦୧୯ରେ ଚାମ୍ପିୟନ ହୋଇଛି।ଆଇପିଏଲର ସଫଳ ଦଳ ସିଏସକେ

ଆଇପିଏଲରେ ସର୍ବାଧିକ ଥର ଚାମ୍ପିୟନ ମୁମ୍ବାଇ ହୋଇଥିଲେ ମଧ୍ୟ ସିଏସକେକୁ ସବୁଠୁ ସଫଳ ଦଳ ବୋଲି ବିବେଚନା କରାଯାଉଛି। ଦଳ ସବୁଠୁ ଅଧିକ ଥର ପ୍ଲେ ଅଫକୁ ଯାଇଥିବାବେଳେ ସର୍ବାଧିକ ୭ ଥର ଫାଇନାଲ ଖେଳିଛି। ସେଥିମଧ୍ୟରୁ ଦଳ ୩ଥର ଚାମ୍ପିୟନ ହୋଇଥିବାବେଲେ ୪ ଥର ରନର୍ସ ଅପ୍ ହୋଇଛି।

ଆଗାମୀ ସେପ୍ଟେମ୍ବର ୧୯ରୁ ପୁଣିଥରେ ଆଇପିଏଲ୍ ଆରମ୍ଭ ହେବାକୁ ଯାଉଛି। ପୁଣିଥରେ ପଡ଼ିଆ ଭିତରେ ମୁମ୍ବାଇ ଓ ଚେନ୍ନାଇ ଦଳ ମୁହାଁମୁହିଁ ହେବେ। ଫ୍ୟାନମାନେ ମଧ୍ୟ ସେହି ମୁହୂର୍ତ୍ତକୁ ଅନେଇ ବସିଛନ୍ତି।

Comment