ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ରାଜ୍ୟରୁ ଆଜି ୨୯୪୯ ନୂଆ ସଂକ୍ରମିତ ଚିହ୍ନଟ 
  • କଟକରୁ ସର୍ବାଧିକ ୫୮୯ ପଜିଟିଭ୍ ଚିହ୍ନଟ
  • ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୧,୪୭୯କୁ ବୃଦ୍ଧି

ଗୋଟିଏ ପଟେ ରାଜ୍ୟରେ ଦିନକୁ ଦିନ ରେକର୍ଡ ସଂଖ୍ୟକ କରୋନା ନମୁନା ପରୀକ୍ଷା ହେଉଛି ଅନ୍ୟପଟେ ଏହାକୁ ତାଳ ଦେଇ ପଜିଟିଭ୍ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଆଉ ୨୯୪୯ ନୂଆ ସଂକ୍ରମିତ ଚିହ୍ନଟ ହେବା ସହିତ ମୋଟ ପଜିଟିଭ୍ ସଂଖ୍ୟା ୮୧ ହଜାର ଟପିଛି।

ଆଜି ଚିହ୍ନଟ ହୋଇଥିବା ଏହି ପଜିଟିଭ୍ ମଧ୍ୟରୁ ୧୮୨୬ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି। ସେହିଭଳି ବାକି ୧୧୨୩ ଆକ୍ରାନ୍ତ ଲୋକାଲ୍ କଣ୍ଟାକ୍ଟରୁ ଚିହ୍ନଟ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।BGUତେବେ କରୋନା ସଂକ୍ରମଣରେ ଏଥର ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାକୁ କାଟି କଟକରୁ ସର୍ବାଧିକ ୫୮୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ପଛକୁ ଖୋର୍ଦ୍ଧାରୁ ୪୭୪ ଏବଂ ଗଞ୍ଜାମରୁ ୧୭୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସେହିପରି ଅନଗୁଳରୁ ୧, ବାଲେଶ୍ୱରରୁ ୮୮, ବରଗଡ଼ରୁ ୬୨, ଭଦ୍ରକରୁ ୬୬, ବଲାଙ୍ଗିରରୁ ୫୭, ବୌଦ୍ଧରୁ ୩, ଦେବଗଡ଼ରୁ ୨, ଢେଙ୍କାନାଳରୁ ୧୩, ଗଜପତିରୁ ୩, ଜଗତସିଂହପୁରରୁ ୫୧, ଯାଜପୁରରୁ ୨୧୫, ଝାରୁସୁଗୁଡ଼ାରୁ ୨୦, କଳାହାଣ୍ଡିରୁ ୩୦, କନ୍ଧମାଳରୁ ୩୪, କେନ୍ଦ୍ରାପଡ଼ାରୁ ୫୬, କେନ୍ଦୁଝରରୁ ୩୦, କୋରାପୁଟରୁ ୧୮୧, ମାଲକାନଗିରିରୁ ୭୮, ମୟୂରଭଞ୍ଜରୁ ୧୫୬, ନବରଙ୍ଗପୁରରୁ ୨୬,ନୟାଗଡ଼ରୁ ୯୩, ନୂଆପଡ଼ାରୁ ୨, ପୁରୀରୁ ୮୬, ରାୟଗଡ଼ାରୁ ୧୪୩, ସମ୍ବଲପୁରରୁ ୧୦୪, ସୋନପୁରରୁ ୨୬, ସୁନ୍ଦରଗଡ଼ରୁ ୮୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏହାକୁ ମିଶାଇ ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୧,୪୭୯କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୫୪,୪୦୫ ସୁସ୍ଥ ହୋଇଥିବାବେଳେ ଏବେ ବି ୨୬,୬୦୨ ସକ୍ରିୟ ଅଛନ୍ତି।

Comment