ଓଡ଼ିଶାଲାଇଭ୍ ବ୍ୟୁରୋ


(ଖୋର୍ଦ୍ଧାରୁ ଦିଲ୍ଳୀପ ନାଇଡୁ): ବଜ୍ରାଘାତରେ ଚାଲିଗଲା ଚାଷୀଙ୍କ ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲାରେ। ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ସାରୁଅ ଗ୍ରାମରେ ବଜ୍ରପାତ ଘଟି ଜଣେ ଚାଷୀର ମୃତ୍ୟୁ ହୋଇଛି। ମୃତ ଚାଷୀ ଜଣଙ୍କ ହେଉଛନ୍ତି ଗଙ୍ଗାଧର ପରିଡ଼ା।BGUପ୍ରତିଦିନ ଭଳି ଗଙ୍ଗାଧର ନିଜ ବିଲରେ ଚାଷକାମ କରିବାକୁ ଯାଇଥିଲେ। ହେଲେ ଗତକାଲି ଅପରାହ୍ନ ୫ଟା ବେଳକୁ ହଠାତ ଆକାଶରେ କଳାହାଣ୍ଡିଆ ମେଘ ମାଡ଼ିଆସି ବର୍ଷା ସହ ବହୁ ଜୋର୍‌ରେ ବଜ୍ରପାତ ହୋଇଥିଲା। ବଜ୍ରାପାତ ଆଘାତରେ ବିଲ ମଝିରେ ହିଁ ଟଳି ପଡ଼ିଥିଲେ ଗଙ୍ଗାଧର। ଏହି ଘଟଣା ପରେ ବିଲରେ କାମ କରୁଥିବା ଅନ୍ୟ ଚାଷୀମାନେ ସଙ୍ଗେ ସଙ୍ଗେ ଗଙ୍ଗାଧରଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Comment