ଓଡ଼ିଶାଲାଇଭ୍ ବ୍ୟୁରୋ

- ରାଜ୍ୟରେ ଆଜି ଆଖିବୁଜିଲେ ୧୦ କରୋନା ରୋଗୀ
- ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫ ମୃତ
- ରାଜ୍ୟର କୋଭିଡ୍ ମୃତ୍ୟୁସଂଖ୍ୟା ୪୧୯କୁ ବୃଦ୍ଧି
ରାଜ୍ୟର କୋଭିଡ୍ ମୃତ୍ୟୁସଂଖ୍ୟା ଥମିବାର ନାଁ ନେଉନି। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୦ ଜଣ କରୋନା ରୋଗୀ ଆଖି ବୁଜିବା ସହିତ ରାଜ୍ୟର କୋଭିଡ୍ ମୃତ୍ୟୁସଂଖ୍ୟା ୪୧୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି।
ଆଜି ପ୍ରାଣ ହରାଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ୫ ଜଣ ଗଞ୍ଜାମ ଜିଲ୍ଲାରୁ ରହିଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୨ଜଣ ଏବଂ ରାୟଗଡ଼ା, କଟକ ଓ ନୟାଗଡ଼ର ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହି ଆକ୍ରାନ୍ତମାନେ କରୋନା ସହିତ ଡାଇବେଟିସ୍ ଓ ହାଇପରଟେନସନ ଭଳି ରୋଗରେ ମଧ୍ୟ ପୀଡ଼ିତ ଥିଲେ ବୋଲି ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଦେଇଛି।
ଅନ୍ୟପଟେ ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁସଂଖ୍ୟା ୧୭୯କୁ ବୃଦ୍ଧି ପାଇଛି। ସେହିଭଳି ସୁନ୍ଦରଗଡ଼ରେ ଏହିସଂଖ୍ୟା ୨୮, ଖୋର୍ଦ୍ଧାରେ ୫୪, କଟକରେ ୨୫ , ରାୟଗଡ଼ାରେ ୨୧ ଓ ଗଜପତିରେ ୧୭ ରହିଛି।


















