ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡ କଟକଣା ମଧ୍ୟରେ ସେପ୍ଟେମ୍ଵର ୧୯ରୁ ଦୁବାଇରେ ଆରମ୍ଭ ହେବାକୁ ଯାଉଛି ବିଶ୍ଵର ସବୁଠୁ ଧନୀ କ୍ରିକେଟ୍ ଲିଗ୍ ଆଇପିଏଲ୍। ଯେଉଁଥିରେ ସିଏସକେ ଦଳର ନେତୃତ୍ଵ ନେବେ କ୍ୟାପଟେନ୍ କୁଲ୍ ଧୋନୀ। ତେବେ ଆଇପିଏଲ୍ ଇତିହାସରେ ଧୋନୀ ରଚିଥିବା ରେକର୍ଡ ବିଷୟରେ ଆପଣ ଜାଣିଛନ୍ତି କି?

ଆସନ୍ତୁ ଜାଣିବା ଆଇପିଏଲ୍‌ରେ ଧୋନୀଙ୍କ ରେକର୍ଡ…

  • ଆଇପିଏଲ୍‌ରେ ମୋଟ୍ ୧୮୩ଟି ମ୍ୟାଚ୍ ଖେଳିଛନ୍ତି ଧୋନୀ। ସେଥିରେ ୧୩୨ଟି ଡିସ୍‌ମିଶାଲ୍ କରିବାରେ ସଫଳ ହୋଇଛନ୍ତି ଧୋନୀ। ଯେଉଁଥିରେ ୯୪ଟି କ୍ୟାଚ୍ ଏବଂ ୩୮ଟି ଷ୍ଟମ୍ପିଂ ସାମିଲ ଅଛି।
  • ଆଇପିଏଲ୍‌ରେ ଅଧିନାୟକ ଭାବେ ଦଳପାଇଁ ସର୍ବାଧିକ ମ୍ୟାଚ୍ ଜିତିବାର ରେକର୍ଡ ରଚିଛନ୍ତି ଧୋନୀ। ଆଇପିଏଲ୍‌ରେ ମୋଟ୍ ୧୮୩ଟି ମ୍ୟାଚ୍‌ ଖେଳି ସେଥିମଧ୍ୟରୁ ୧୦୪ଚି ମ୍ୟାଚ୍‌ରେ ବାଜିମାରିଛନ୍ତି ଧୋନୀ। ଯେଉଁଥିରୁ ୯୯ଟି ଚେନ୍ନାଇ ସୁପର୍ କିଙ୍ଗସ୍ ଏବଂ ୫ଟି ପୁନେ ଓ୍ଵାରିଅର୍ସ ଖାତାକୁ ଯାଇଛି।

  • ଆଇପିଏଲ୍‌ରେ ସର୍ବାଧିକ ଓ୍ଵିକେଟ୍ ଷ୍ଟମ୍ପିଂ କରିବାରେ ରେକର୍ଡ କରିଛନ୍ତି ଧୋନୀ। ଦୀନେଶ କାର୍ତ୍ତିକଙ୍କ ୩୦ଟି ଷ୍ଟମ୍ପିଂର ରେକର୍ଡକୁ ପଛରେ ପକାଇ ଧୋନୀ ସର୍ବାଧିକ ୩୮ଟି ଓ୍ଵିକେଟ୍ ଷ୍ଟମ୍ପିଂ କରିବାରେ ସଫଳ ହୋଇଛନ୍ତି। ଏଥିସହ ବିଜୁଳି ବେଗରେ ଷ୍ଟମ୍ପିଂ କରିବାର ରେକର୍ଡ ମଧ୍ୟ ଧୋନୀଙ୍କ ନାଁ’ରେ ରହିଛି। ଥରେ ଏକ ମ୍ୟାଚ୍‌ରେ ମାତ୍ର ୦.୦୯ ସେକେଣ୍ଡରେ ଷ୍ଟମ୍ପିଂ କରି ଅଷ୍ଟ୍ରେଲିୟ କ୍ରିକେଟର୍ ଜର୍ଜ ବେଲିଙ୍କୁ ଆଉଟ୍ କରିଥିଲେ ଧୋନୀ।
  • ଆଇପିଏଲ୍‌ରେ ସର୍ବାଧିକ ଫାଇନାଲ ମ୍ୟାଚ୍ ଖେଳିଥିବା ଖେଳାଳୀ ତାଲିକାରେ ଶୀର୍ଷରେ ରହିଛନ୍ତି ଧୋନୀ। ଆଇପିଏଲ୍‌ର ୧୨ ଗୋଟି ସଂସ୍କରଣ ମଧ୍ୟରୁ ୯ ଗୋଟି ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ ଧୋନୀ ଖେଳିଛନ୍ତି। ଯେଉଁଥିରୁ ୩ଟି ମ୍ୟାଚ୍‌ ଜିତି ଚାମ୍ପିଆନ୍ ହେବାରେ ମଧ୍ୟ ସେ ସଫଳ ହୋଇଛନ୍ତି।

Comment