ଓଡ଼ିଶାଲାଇଭ୍ ବ୍ୟୁରୋ

  • ଗ୍ରାମାଞ୍ଚଳ ଲୋକଙ୍କ ପାଇଁ କରୋନା ପ୍ୟାକେଜ୍ ଘୋଷଣା
  • ଅଣୁ ଓ କ୍ଷୁଦ୍ର ଉଦ୍ୟୋଗର ବିକାଶ ପାଇଁ ୫୦ ହଜାର ଟଙ୍କା ଋଣ
  • କୃଷି ଓ ଅଣ କୃଷି କ୍ଷେତ୍ରରେ ନିୟୋଜିତ ଥିବା ବ୍ୟକ୍ତିଙ୍କୁ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ

କରୋନା ମହାମାରୀ ସମୟରେ ଗ୍ରାମାଞ୍ଚଳ ଜୀବନ ଜୀବିକାର ବିକାଶ ପାଇଁ କୋଭିଡ୍- ୧୯ ସହାୟତା ପ୍ୟାକେଜକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାଦ୍ୱାରା ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ଓ ଅତିଗରିବ ଶ୍ରେଣୀର ଲୋକମାନେ ଲାଭବାନ ହୋଇପାରିବେ ବୋଲି କୁହାଯାଇଛି।

ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଏହି ପ୍ୟାକେଜର ପରିଚାଳନା କରାଯିବ। ଏହାଦ୍ୱାରା ସୟଂ ସହାୟକ ଗୋଷ୍ଠୀର ବିକାଶ ହେବା ସହିତ ପ୍ରବାସୀ ଫେରନ୍ତାମାନେ ମଧ୍ୟ ଦକ୍ଷତା ମୁତାବକ ଉଦ୍ୟୋଗ ସ୍ଥାପନ କରିପାରିବେ। ଏହାଦ୍ୱାରା ରାଜ୍ୟର ଗରିବ ଓ ଅତିଗରିବ ପରିବାରଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି।ଗ୍ରାମୀଣ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗର ବିକାଶ ପାଇଁ ପ୍ରତ୍ୟେକ ଉଦ୍ୟୋଗୀକୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଏକକାଳୀନ ଋଣ ପ୍ରଦାନ କରାଯିବ। ସେହିପରି କୃଷି ଓ ଅଣ କୃଷି କ୍ଷେତ୍ରରେ ନିୟୋଜିତ ଥିବା ବ୍ୟକ୍ତିଙ୍କୁ ନେଇ ଗଠିତ ଉଦ୍ୟୋଗକୁ ଏକକାଳୀନ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବା ଭଳି ପ୍ୟାକେଜ୍ ଏଥିରେ ସାମିଲ ଅଛି।

ସେହିପରି ଦିବ୍ୟାଙ୍ଗ, ଆଦିମ ଜନଜାତି, ବିଧବା ଓ ତୃତୀୟ ଲିଙ୍ଗୀମାନଙ୍କୁ ମଧ୍ୟ ଉଦ୍ୟୋଗ ଗଠନ କରିବା ପାଇଁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ଆଦି ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯିବ।BGUରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଯଥା ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଦିବାସୀ ଓ ହରିଜନ ଉନ୍ନୟନ ବିଭାଗ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଏ ଦିଗରେ କାର୍ଯ୍ୟ କରିବେ। ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ଲୋକମାନଙ୍କୁ ତଥା ପ୍ରବାସୀ ଫେରନ୍ତାଙ୍କ ଜୀବିକା ବିକାଶ କରିବା ପାଇଁ ଏହି ପ୍ୟାକେଜ୍ ଘୋଷଣା କରାଯାଇଛି ବୋଲି କୁହାଯାଇଛି।

Comment