ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରୁ ଆଜି ସୁସ୍ଥ ହୋଇଛନ୍ତି ରେକର୍ଡ ସଂଖ୍ୟକ ଆକ୍ରାନ୍ତ। ଆଜି ରାଜ୍ୟର ମୋଟ ୩୩୪୩ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜ୍ୟର ସୁସ୍ଥ ରୋଗୀଙ୍କ ସଂଖ୍ୟା ୬୨ ହଜାର ଟପିଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୩୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୨୬୨, ଭଦ୍ରକରୁ ୨୪୫, ଗଞ୍ଜାମରୁ ୨୩୮, ରାୟଗଡ଼ାରୁ ୨୧୭, କଟକରୁ ୧୮୧, ବାଲେଶ୍ୱରରୁ ୧୫୫, ସମ୍ବଲପୁରରୁ ୧୨୭, ପୁରୀରୁ ୧୨୧, କୋରାପୁଟରୁ ୧୧୯, ମୟୂରଭଞ୍ଜରୁ ୧୧୨ ଓ ସୋନପୁରରୁ ୧୦୩ ଜଣ ସୁସ୍ଥ ହୋଇଛନ୍ତି।

ସେହିପରି ବୌଦ୍ଧରୁ ୮୪, ବରଗଡ଼ରୁ ୭୮, କନ୍ଧମାଳରୁ ୬୮, ବଲାଙ୍ଗିରରୁ ୬୫, ନୟାଗଡ଼ରୁ ୬୦, କଳାହାଣ୍ଡିରୁ ୫୬, ମାଲାକାନଗିରିରୁ ୫୪, ଢେଙ୍କାନାଳରୁ ୪୯, ନବରଙ୍ଗପୁରରୁ ୩୬, କେନ୍ଦୁଝରରୁ ୩୪, ଯାଜପୁରରୁ ୩୨, ଗଜପତିରୁ ୨୭, ଅନୁଗୁଳରୁ ୨୨, ଝାରସୁଗୁଡ଼ାରୁ ୨୦, କେନ୍ଦ୍ରାପଡ଼ାରୁ ୧୯, ଜଗତସିଂହପୁରରୁ ୧୬, ନୂଆପଡ଼ାରୁ ୧୧ ଓ ଦେବଗଡ଼ରୁ ୧ ସୁସ୍ଥ ହୋଇଛନ୍ତି।

Comment