ଓଡ଼ିଶାଲାଇଭ୍ ବ୍ୟୁରୋ

  • ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ କରୋନା ପଜିିଟିଭ୍ ଚିହ୍ନଟ
  • ୨୪ ଘଣ୍ଟା ମଧ୍ୟରେ ଆଉ ୩୩୭୧ ସଂକ୍ରମିତ ଚିହ୍ନଟ
  • ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୭,୬୦୨କୁ ବୃଦ୍ଧି

ରାଜ୍ୟରେ ଆଜି ସଂକ୍ରମଣର ସବୁ ସୀମା ଡେଇଁଛି କରୋନା ଭାଇରସ। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଆଉ ୩୩୭୧ ନୂଆ ପଜିଟିଭ୍ ଚିହ୍ନଟ ହେବା ସହିତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୭ ହଜାର ଟପିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୦୫୩ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୧୩୧୮ ଜଣ ଲୋକାଲ୍ କଣ୍ଟାକ୍ଟ ବୋଲି  ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଦେଇଛି। ଗତ କିଛି ଦିନର ଟ୍ରେଣ୍ଡ୍ ଅନୁଯାୟୀ ଆଜି ବି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୪୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୩୫୭ ଏବଂ ଗଞ୍ଜାମରୁ ୧୯୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।BGUଏଥିସହିତ ଅନୁଗୁଳରୁ ୬୩, ବାଲେଶ୍ୱରରୁ ୯୮, ବରଗଡ଼ରୁ ୯୮, ଭଦ୍ରକରୁ ୧୧୪, ବଲାଙ୍ଗିରରୁ ୭୬, ବୌଦ୍ଧରୁ ୪, ଦେବଗଡ଼ରୁ ୮, ଢେଙ୍କାନାଳରୁ ୬୭, ଗଜପତିରୁ ୪୧, ଗଞ୍ଜାମରୁ ୧୯୬, ଜଗତସିଂହପୁରରୁ ୯୫, ଯାଜପୁରରୁ ୧୭୩, ଝାରସୁଗୁଡ଼ାରୁ ୯୩, କଳାହାଣ୍ଡିରୁ ୨୮, କନ୍ଧମାଳରୁ ୪୧, କେନ୍ଦ୍ରାପଡ଼ାରୁ ୭୬, କେନ୍ଦୁଝରରୁ ୭୪, କୋରାପୁଟରୁ ୯୧, ମାଲାକାନଗିରିରୁ ୧୩୪, ମୟୂରଭଞ୍ଜରୁ ୯୨, ନବରଙ୍ଗପୁରରୁ ୬୫, ନୟାଗଡ଼ରୁ ୧୭୧, ନୂଆପଡ଼ାରୁ ୧୫, ପୁରୀରୁ ୧୪୪, ରାୟଗଡ଼ାରୁ ୧୪୬, ସମ୍ବଲପୁରରୁ ୧୦୭, ସୋନପୁରରୁ ୩ ଓ ସୁନ୍ଦରଗଡ଼ରୁ ୧୫୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏହାକୁ ମିଶାଇ ଏଯାବତ ରାଜ୍ୟରୁ ମୋଟ ୮୭,୬୦୨ ଜଣ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି। ସେଥିମଧ୍ୟରୁ ୫୯,୪୭୦ ସୁସ୍ଥ  ହୋଇ ଘରକୁ ଫେରିଥିବାବେଳେ ଏବେ ବି ୨୭,୬୩୮ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି।

Comment