ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ସଂକ୍ରମଣ କ୍ଷେତ୍ରରେ ଭାରତ ବିଶ୍ୱର ତୃତୀୟ ସର୍ବାଧିକ ପ୍ରଭାବିତ ଦେଶ ପାଲଟିଛି। ଦେଶରେ ସମୁଦାୟ କରୋନା ସଂକ୍ରମଣର ସଂଖ୍ୟା ୩୨ ଲକ୍ଷ ଅତିକ୍ରମ କରିସାରିଛି। ଗତ ୨୪ ଘଣ୍ଟା ମଧ୍ୟରେ ୬୭ ହଜାର ୧୫୧ ନୂଆ କେସ୍ ସାମ୍ନାକୁ ଆସିଛି। ସେହିପରି ୧୦୫୯ ଜଣଙ୍କର କରୋନାରେ ଜୀବନ ଯାଇଛି।
ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ତଥ୍ୟ ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ୩୨ ଲକ୍ଷ ୩୪ ହଜାର ୪୭୪ ଜଣ ଲୋକ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି।
ସେଥିମଧ୍ୟରୁ ୫୯,୪୪୯ ଜଣଙ୍କର ମୃତ୍ୟୁ ହୋଇଛି। ସକ୍ରିୟ ମାମଲା ସଂଖ୍ୟା ୭ ଲକ୍ଷ ୭ ହଜାରକୁ ବୃଦ୍ଧି ପାଇଛି ଏବଂ ୨୪ ଲକ୍ଷ ୬୭ ହଜାର ଲୋକ ଆରୋଗ୍ୟ ଲାଭ କରିଛନ୍ତି। ସଂକ୍ରମଣର ସକ୍ରିୟ ମାମଲା ତୁଳନାରେ ସୁସ୍ଥ ଲୋକଙ୍କ ସଂଖ୍ୟା ପ୍ରାୟ ତିନି ଗୁଣ ଅଧିକ ରହିଛି।


















