ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା କାଳରେ ଲୋକମାନଙ୍କ ବକେୟା ବିଦ୍ୟୁତ ବିଲକୁ ଛାଡ କରିଛନ୍ତି ମଧ୍ୟପ୍ରଦେଶ ସରକାର। ଏନେଇ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଶୁକ୍ରବାର ଘୋଷଣା କରିଛନ୍ତି।

ସେ କହିଛନ୍ତି ଯେ, ଲୋକମାନେ ବିଦ୍ୟୁତ ବିଲକୁ ନେଇ ବିଲକୁଲ ବିଚଳିତ ହୁଅନ୍ତୁ ନାହିଁ। ରାଜ୍ୟ ସରକାର ସେମାନଙ୍କର ବାକି ଥିବା ବିଦ୍ୟୁତ୍ ବିଲକୁ ଛାଡ କରିଦେଇଛନ୍ତି। ଏଥିପାଇଁ ଆଉ ସେମାନଙ୍କୁ ଅସୁବିଧା ହେବ ନାହିଁ।BGUତେବେ ଏବେଠାରୁ କିନ୍ତୁ ଲୋକମାନେ ଯେତିକି ବିଦ୍ୟୁତ ବ୍ୟବହାର କରିବେ ସେତିକି ଟଙ୍କା ଭରିବେ ବୋଲି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି।

ଏଥିସହିତ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଜେଇଇ ଓ ନିଟ୍ ପରୀକ୍ଷାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଜେଇଇ ଓ ନିଟ୍ ପରୀକ୍ଷା ଧାର୍ଯ୍ୟ ତାରିଖରେ କରାଯିବ। ନଚେତ୍ ଛାତ୍ରଛାତ୍ରୀମାନଙ୍କର ଗୋଟିଏ ବର୍ଷ ବେକାର ହୋଇଯିବ। ତେଣୁ ପିଲାମାନଙ୍କ ସୁରକ୍ଷାକୁ ଦେଖି ଠିକ୍ ସମୟରେ ନିଟ୍ ଓ ଜେଇଇ ପରୀକ୍ଷା କରାଯିବ।

Comment