ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲାରେ ଶନିବାର ଓ ରବିବାର ହେବନି ସଟଡାଉନ୍। ଜିଲ୍ଲାରେ ବନ୍ୟା ଆଶଙ୍କା ଥିବାରୁ ଏହି ସପ୍ତାହନ୍ତ ନିୟମରେ କୋହଳ କରାଯାଇଥିବା ନେଇ ଜିଲ୍ଲାପାଳ ସମର୍ଥ ବର୍ମା ଟୁଇଟ କରି ସୂଚନା ଦେଇଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲାରେ ବ୍ରାହ୍ମଣୀ ଏବଂ ବୈତରଣୀ ନଦୀର ଜଳସ୍ତର ଫୁଲିବାରେ ଲାଗିଛି। ଯେଉଁଥିପାଇଁ ଆଗକୁ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ମଧ୍ୟ ରହିଛି। ଶନିବାର ଓ ରବିବାର ଜିଲ୍ଲା ସଟଡାଉନ୍ ରହୁଥିବାରୁ ଅତ୍ୟାବଶ୍ୟକ ଜିନିଷ କିଣିବାପାଇଁ ଲୋକେ ହଇରାଣ ହୋଇପାରନ୍ତି। ଏଥିପାଇଁ ଜିଲ୍ଲାରେ ପ୍ରାକ୍‌ ବନ୍ୟା ପ୍ରସ୍ତୁତି ପାଇଁ ଶୁକ୍ରବାର ଅପରାହ୍ନରେ ସପ୍ତାହନ୍ତ ସଟଡାଉନ୍‌କୁ କୋହଳ ଘୋଷଣା କରିଛନ୍ତି ଜିଲ୍ଲାପାଳ।BGU

ଏହି ଖବରକୁ ପ୍ରତ୍ୟକ ଜିଲ୍ଲାବାସୀଙ୍କ ପାଖରେ ପହଞ୍ଚାଇବା ପାଇଁ ମାଇକ ଯୋଗେ ପ୍ରଚାର କରିବାକୁ ଜିଲ୍ଲାର ସମସ୍ତ ବିଡିଓ, ପୌର ନିର୍ବାହୀ ଅଧିକାରୀ ଏବଂ ଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

Comment