ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ରାଜ୍ୟରୁ ୩୨୫୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୯୮୭ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିଲା ବେଳେ ୧୨୬୫ ଲୋକାଲ କେସ୍ ରହିଛି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୯୭ ହଜାର ୯୨୦କୁ ବୃଦ୍ଧି ଘଟିଛି।
ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୬୨ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ରାୟଗଡ଼ାରୁ ୪୫୦, କଟକରୁ ୩୨୩, ଗଞ୍ଜାମରୁ ୧୬୯, ବରଗଡ଼ରୁ ୧୪୬, ପୁରୀ ୧୩୫, ମୟୂରଭଞ୍ଜରୁ ୧୨୩, ନୟାଗଡ଼ରୁ ୧୨୦, ଢେଙ୍କନାଳ ଓ ସୁନ୍ଦରଗଡ଼ରୁ ୯୪ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି ଯାଜପୁରରୁ ୮୩, ବାଲେଶ୍ୱରରୁ ୮୭, କେନ୍ଦ୍ରପଡ଼ାରୁ ୭୭, ଭଦ୍ରକରୁ ୭୬, ବଲାଙ୍ଗିରରୁ ୬୪, ସମ୍ବଲପୁରରୁ ୬୩, ଝାରସୁଗୁଡ଼ାରୁ ୫୫, କେନ୍ଦୁଝରରୁ ୫୦, ନବରଙ୍ଗପୁରରୁ ୪୧, ବୌଦ୍ଧ ଓ ସୁବର୍ଣ୍ଣପୁରରୁ ୩୮ ଲେଖାଏଁ, ଜଗତସିଂହପୁରରୁ ୩୬, କନ୍ଧମାଳରୁ ୨୬, କୋରାପୁଟ ଓ ନୂଆପଡ଼ାରୁ ୨୫ ଜଣ ଲେଖାଏଁ, ମାଲକାନଗିରିରୁ ୨୧, ଗଜପତିରୁ ୨୦, ଅନୁଗୁଳରୁ ୧୧, ଦେବଗଡ଼ରୁ ୭, କଳାହାଣ୍ଡିରୁ ୨ଜଣ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ କରୋନାରୁ ସୁସ୍ଥ ହୋଇଛନ୍ତି ୬୭,୮୨୬। ଏବେ ସୁଦ୍ଧା ଆକ୍ଟିଭ କେସ୍ ରହିଛି ୨୯, ୫୭୧।


















