ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲର ଷ୍ଟାର ବ୍ୟାଟ୍ସମ୍ୟାନ ସୁରେଶ ରାଇନାଙ୍କୁ ଚଳିତ ଥର ଆଇପିଏଲ୍ ଟୁର୍ଣ୍ଣାମେଣ୍ଟରେ ଦେଖିବାକୁ ମିଳିବନି। ବ୍ୟକ୍ତିଗତ କାରଣ ଦର୍ଶାଇ ରାଇନା ଆଇପିଏଲରୁ ଓହରି ଯାଇଛନ୍ତି।

ଏନେଇ ଚେନ୍ନାଇ ସୁପର କିଙ୍ଗସ୍ ଦଳ ପକ୍ଷରୁ ମଧ୍ୟ ଟୁଇଟ କରି ସୂଚନା ଦିଆଯାଇଛି। ଦଳ ଲେଖିଛି ଯେ, ସୁରେଶ ରାଇନା ବ୍ୟକ୍ତିଗତ କାରଣ ପାଇଁ ଏଥର ଆଇପିଏଲରେ ଉପଲବ୍ଧ ହେବେ ନାହିଁ। ଦଳ ମଧ୍ୟ ତାଙ୍କର କଥାକୁ ସମ୍ମାନ ଜଣାଉଛି। ସେ ଖୁବଶୀଘ୍ର ଭାରତ ଫେରିଯିବେ।

ଗତକାଲି ସିଏସକେ ଦଳ ୧୨ ଜଣ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହା ଭିତରେ ଦ୍ରୁତ ବୋଲର ଦୀପକ ଚହର ଥିବା ମଧ୍ୟ ସୂଚନା ମିଳୁଛି। ଅନ୍ୟପଟେ ଦୁବାଇରେ ବିଭିନ୍ନ ଦଳର ଖେଳାଳିମାନେ ଏସଓପି ପାଳନ କରୁନଥିବା ଖବର ଶୁଣିବାକୁ ମିଳୁଛି। ତେଣୁ ନିଜ ପରିବାରର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖି ସୁରେଶ ରାଇନା ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡୁଛି।

Comment